୨୬ ରୁ ବାଲେଶ୍ୱର ଜିଲା ପୁରୁଷ ଭଲିବଲ ପ୍ରତିଯୋଗୀତା
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଆନୁକୁଲ୍ୟରେ ଆସନ୍ତା ନଭେମ୍ବର ୨୬ ଏବଂ ୨୭ ତାରିଖରେ ସ୍ଥାନିୟ ପରମିଟ ପଡ଼ିଆ ଠାରେ ଜିଲା ପୁରୁଷ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଜିଲାର ଆଗ୍ରହୀ ସମସ୍ତ ଭଲିବଲ ଦଳ ସେମାନଙ୍କର ଏଣ୍ଟ୍ରି ଫର୍ମ ଆସନ୍ତା ୨୦ ତାରିଖ ସୁଦ୍ଧା ଜିଲା କ୍ରୀଡାସଂଘ ଅଫିସରେ ଦାଖଲ କରିବେ । ଏ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଆସୋସିଏସନର ଯୁଗ୍ମ ସମ୍ପାଦକ (ଭଲିବଲ) ଜଗଦୀଶ ବେହେରାଙ୍କ ମୋବାଇଲ (ନଂ. ୭୩୮୧୯୫୧୦୧୫) ସହିତ ଯୋଗାଯୋଗ କରିପାରିବେ ।
ନଭେମ୍ବର ୨୦ ତାରିଖ ପରେ କୌଣସି ଟିମ୍ର ରେଜିଷ୍ଟ୍ରେସନ ଗ୍ରହଣ କରାଯିବ ନାହିଁ । ୨୦ ତାରିଖ ମଧ୍ୟରେ ଯେଉଁ ଭଲିବଲ ଦଳ ମାନେ ରେଜିଷ୍ଟ୍ରେସନ କରିଥିବେ କେବଳ ସେହିଦଳ ମାନଙ୍କୁ ପ୍ରତିଯୋଗୀତା ପୁର୍ବରୁ ଖେଳର ଫିକ୍ସଚର ପଠାଇ ଦିଆଯିବ । ଏହି ପ୍ରତିଯୋଗୀତା ନଭେମ୍ବର ୨୬ ତାରିଖ ପୂର୍ବାହ୍ନ ୯ଟାରୁ ଆରମ୍ଭ ହେବେ । ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଖେଳାଳୀମାନଙ୍କ ମଧ୍ୟରୁ ବାଲେଶ୍ୱର ଜିଲା ସିନିୟର ଭଲିବଲ ଟିମ ପାଇଁ ଖେଳାଳୀ ମନୋନୀତ କରାଯିବ ବୋଲି ଜିଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଜଣାଇଛନ୍ତି ।