୨୧ରୁ ଯୁକ୍ତ୨ କଳା, ବାଣିଜ୍ୟ କରେସପଣ୍ଡେନ୍ସ କୋର୍ସ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ
ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ୨ ପ୍ରଥମ ବର୍ଷ କଳା ଓ ବାଣିଜ୍ୟ ଆନୁଷଙ୍ଗିକ ବିଷୟ(କରେସପଣ୍ଡେନ୍ସ କୋର୍ସ)ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ସାମ୍ସ ପୋର୍ଟାଲରେ ୨୧ ତାରିଖ ପୂର୍ବାହ୍ନ ୧୧ଟାରେ କମନ ଆପ୍ଲିକେଶନ ଫର୍ମ ଉପଲବ୍ଧ ହେବ। ଛାତ୍ରୀଛାତ୍ର ୩୧ତାରିଖ ରାତି ୧୧ଟା ୫୦ ମଧ୍ୟରେ ଆବେଦନ କରିପାରିବେ। ଜାନୁୟାରୀ ୫ ଅପରାହ୍ନ ୨ଟାରେ ମନୋନୀତ ଛାତ୍ରୀଛାତ୍ରଙ୍କ ତାଲିକା ପ୍ରକାଶ ପାଇବ। ତେବେ ଦ୍ୱିତୀୟ ପର୍ଯ୍ୟାୟରେ କେଉଁମାନେ ଆବେଦନ କରିପାରିବେ ସେ ନେଇ ମଧ୍ୟ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।