ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୧ତମ ଆନ୍ତଃ ମହାବିଦ୍ୟାଳୟ ଖେଳ ପ୍ରତିଯୋଗିତା ଉଦ୍ଘାଟିତ
ବାଲିଆପାଳ : ବାଲିଆପାଳ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଫକୀରମୋହନ ବିଶ୍ୱ ବିଦ୍ୟାଳୟର ୨୧ ତମ ଆନ୍ତଃ ମହାବିଦ୍ୟାଳୟ ଖେଳ ପ୍ରତିଯୋଗିତା ୨୦୨୧-୨୨ ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଉଦ୍ଘାଟନୀ ଉତ୍ସବରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ଅତିଥି ଭାବରେ ଯୋଗଦେଇ ଆନ୍ତ ମହାବିଦ୍ୟାଳୟ ଖେଳ ପ୍ରତିଯୋଗିତାକୁ କ୍ରୀଡ଼ା ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ । ଉକ୍ତ ପ୍ରତିଯୋଗୀତାରେ ୨୭ଟି ମହାବିଦ୍ୟାଳୟର ୨୭୨ ମହିଳା ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗୀତା ଦୁଇ ଦିନଧରି ଚାଲି ଶନିବାର ଉଦଯାପିତ ହେବା । ଫକୀର ମହୋନ ବିଶ୍ୱ ବିଦ୍ୟାଳୟର କୁଳପତି ଶ୍ରୀ ତ୍ରିପାଠୀଙ୍କୁ ବାଲିଆପାଳ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର, ସମସ୍ତ ପତିଯୋଗୀଙ୍କ ସହିତ ପ୍ରଶିକ୍ଷଣ ମହାବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ, ଅଣ ଶିକ୍ଷୟତ୍ରୀ ଶିକ୍ଷକ କର୍ମଚାରୀ ବୃନ୍ଦ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ଅତିଥିଙ୍କ ଦ୍ୱାରା କ୍ରୀଡ଼ା ପତାକା ଉତୋଳନ ପେରେ ପ୍ରତିଯୋଗୀ ଏବଂ ଛାତ୍ରୀଛାତ୍ର ପ୍ୟାରେଡ଼ ମଧ୍ୟମରେ ଅତିଥି ମାନଙ୍କୁ ସଲାମ କରିଥିଲେ ପେରେ ଛାତ୍ରି ମମତା ମହନ୍ତ ମଶାଲ ଧାରୀ ଖେଳ ପଡ଼ିଆରେ ଦୌଡ଼ିଥିଲେ । ଉକ୍ତ କାର୍ଯ୍ୟକ୍ରମ ପେରେ ମହାବିଦ୍ୟାଳୟର ସଭାପତି ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ଡ. ଅଦୈତ ପାତ୍ରଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅତିଥି ଭବରେ ଫକୀରମୋହନ ବିଶ୍ୱ ବିଦ୍ୟାଳୟର କୁଳପତି ଶ୍ରୀ ତ୍ରିପାଠୀ, ଫକୀରମୋହନ ବିଶ୍ୱ ବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ବେହେରା, ବାଲିଆପାଳ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟର ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ଭାରପ୍ରପ୍ତ ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ଦେ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ବାଲିଆପାଳ ଶାରୀରିକ ମହାବିଦ୍ୟାଳୟର ଶିକ୍ଷକ ଆଦିତ୍ୟ ପ୍ରସାଦ ପଟ୍ଟନାୟକ, ଡ ବିପିନ କୁମର ପତ୍ର, ଡ ବିଭୂତି ଭୂଷ ମିଶ୍ର, ଡ ସୁଶାନ୍ତ କୁମାର ଦାସ, ଡ ପ୍ରଦୀପ କୁମାର ବିଶ୍ୱାଳଙ୍କ ସହିତ ଆନ୍ୟ ଶିକ୍ଷକ ମାନେ ଖେଳ ପରିଚାଳନା ଦାୟିତ୍ୱ ତୁଲାଇଥିଲେ । ଉକ୍ତ ପ୍ରତଯୋଗିତାରେ ମହିଳା ମାନଙ୍କ ପାଇଁ ଚଉଦ ପ୍ରକାରର ଖେଳ ପ୍ରତିଯୋଗୀତା ହେଉଥିବା ବେଳେ ସତର ପ୍ରକାରର ଖେଳରେ ପୁରୁଷ ମାନେ ଭାଗ ନେଇଥିଲେ । ପ୍ରତିଯୋଗୀ ମାନଙ୍କ ଦ୍ୱାରା ସାନ୍ଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ସୂଚନା ମିଳିଛି ।