ପରାକ୍ରମ ଦିବସରେ ୨୨ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ ହେଲା ଆଣ୍ଡାମାନର ୨୧ ଦ୍ୱୀପ
ନୂଆଦିଲ୍ଲୀ: ଦେଶବ୍ୟାପୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୬ ତମ ଜୟନ୍ତୀ ପାଳନ କରାଯାଉଛି । ସେପଟେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ମଧ୍ୟ ନେତାଜୀଙ୍କ ଜୟନ୍ତୀ(ପରାକ୍ରମ ଦିବସ) ପାଳନ କରୁଛନ୍ତି ଭାରତ ସରକାର । ଜୟନ୍ତୀ ପାଳନ ଉତ୍ସବରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଣ୍ଡାମାନ ଦ୍ୱୀପପୁଞ୍ଜର ୨୧ ଦ୍ୱୀପର ନାଁ ୨୧ ଜଣ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ କରିଛନ୍ତି । ଆଜିଠାରୁ ଏହି ଦ୍ୱୀପଗୁଡ଼ିକ ପରମବୀର ଚକ୍ର ବିଜେତାଙ୍କ ନାଁରେ ପରିଚିତ ହେବ । ତେବେ ଏହି ନାମକରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ । ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବି ଉତ୍ସବରେ ଯୋଗ ଦେବା ପାଇଁ ପୋର୍ଟ ବ୍ଲେୟରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଯୋଗେ ଉତ୍ସବର ଉଦ୍ଘାଟନ କରିଥିବା ବେଳେ ଆଜିଠାରୁ ଏହି ୨୧ ଦ୍ୱୀପ ପରମବୀର ଚକ୍ର ବିଜେତାଙ୍କ ନାଁରେ ପରିଚିତ ହେବ ବୋଲି ମୋଦୀ କହିଛନ୍ତି ।
ପରାକ୍ରମ ଦିବସ ଅବସରରେ ୨୧ ପରମବୀର ଚକ୍ର ବିଜେତାଙ୍କ ନାଁରେ ଆଣ୍ଡାମାନ ଦ୍ୱୀପପୁଞ୍ଜର ୨୧ ଦ୍ୱୀପର ନାମକରଣ ହୋଇଛି । ଏହି ବୀର ଯବାନ ହେଲେ- ମେଜର ସୋମନାଥ ଶର୍ମା(ସୋମନାଥ ଆଇଲ୍ୟାଣ୍ଡ), ସୁବେଦାର ଆଣ୍ଡ ଅନରରୀ କ୍ୟାପ୍େଟନ୍ ଓ ଲାନ୍ସ ନାୟକ କରମ ସିଂହ ଏମ୍ଏମ୍(କରମ ସିଂହ ଆଇଲ୍ୟାଣ୍ଡ), ସେକେଣ୍ଡ ଲେଫ୍ଟନାଂଟ ରାମରାଘବ ରାଣେ(ରାଣେ ଆଇଲ୍ୟାଣ୍ଡ),ନାୟକ ଯଦୁନାଥ ସିଂହ(ଯଦୁନାଥ ଆଇଲ୍ୟାଣ୍ଡ), କମ୍ପାନୀ ହାବିଲଦାର ମେଜର ପୀର ସିଂହ(ପୀରୁ ଆଇଲ୍ୟାଣ୍ଡ), କ୍ୟାପ୍େଟନ୍ ଜିଏସ୍ ସାଲାରିଆ(ସାଲାରିଆ ଆଇଲ୍ୟାଣ୍ଡ) । ଲେଫ୍ଟନାଂଟ କର୍ଣ୍ଣେଲ୍(ମେଜର) ଧ୍ୟାନ୍ ସିଂହ ଥାପ୍ପା(ଧ୍ୟାନ ସିଂହ ଆଇଲ୍ୟାଣ୍ଡ), ସୁବେଦାର ଯୋଗେନ୍ଦର ସିଂହ(ଯୋଗେନ୍ଦର ଆଇଲ୍ୟଣ୍ଡ), ମେଜର ସୈତାନ ସିଂହ(ସୈତାନ ସିଂହ ଆଇଲ୍ୟାଣ୍ଡ), ସିକ୍ୟୁଏମ୍ଏଚ୍ ଅବଦୁଲ୍ ହମୀଦ(ହମୀଦ ଆଇଲ୍ୟାଣ୍ଡ), ଲେଫ୍ଟନାଂଟ କର୍ଣ୍ଣେଲ ଅର୍ଦେଶୀର ବୁର୍ଜୋର୍ଜି ତାରାପୋରେ(ତାରାପୋରେ ଆଇଲ୍ୟାଣ୍ଡ), ଲାନ୍ସ ନାୟକ ଆଲବର୍ଟ ଇକ୍କା(ଇକା ଆଇଲ୍ୟାଣ୍ଡ),ମେଜର ହୁସିଆର ସିଂହ(ହୁସିଆର ଆଇଲ୍ୟାଣ୍ଡ), ସେକେଣ୍ଡ ଲେଫ୍ଟନାଂଟ ଅରୁଣ କ୍ଷେତ୍ରପାଲ(କ୍ଷେତ୍ରପାଲ ଆଇଲ୍ୟାଣ୍ଡ) । ଫ୍ଲାଇଂ ଅଫିସର ନିର୍ମଳଜିତ ସିଂହ ସେଖନ(ସେଖନ ଆଇଲ୍ୟାଣ୍ଡ), ମେଜର ରାମାସ୍ୱାମୀ ପରମେଶ୍ୱରମ(ରାମାସ୍ୱାମୀ ଆଇଲ୍ୟାଣ୍ଡ), ନାଏବ ସୁବେଦାର ବନ ସିଂହ( ବନ ଆଇଲ୍ୟାଣ୍ଡ),କ୍ୟାପ୍େଟନ୍ ବିକ୍ରିମ ବାତ୍ରା(ବାତ୍ରା ଆଇଲ୍ୟାଣ୍ଡ), ଲେଫ୍ଟନାଂଟ ମନୋଜ କୁମାର ପାଣ୍ଡେ(ପାଣ୍ଡେ ଆଇଲ୍ୟାଣ୍ଡ), ସୁବେଦାର ମେଜର(ରାଇଫଲ ମ୍ୟାନ୍) ସଞ୍ଜୟ କୁମାର(ସଞ୍ଜୟ ଆଇଲ୍ୟାଣ୍ଡ), ସୁବେଦାର ମେଜର ରିଟାୟାର୍ଡ ହୋନି କ୍ୟାପ୍େଟନ୍ ଗ୍ରେନାଡାଏର ଯୋଗେନ୍ଦ୍ର ସିଂହ ଯାଦବ(ଯୋଗେନ୍ଦ୍ର ଆଇଲ୍ୟାଣ୍ଡ)
ଉଦ୍ଘାଟନ ଉତ୍ସବରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ଆଗାମୀ ପିଢ଼ି ପାଇଁ ଏହି ଦ୍ୱୀପଗୁଡ଼ିକ ଏକ ପ୍ରେରଣା ଭଳି କାମ କରିବ । ଆଣ୍ଡାମାନେର ପ୍ରଥମ ଥର ସ୍ୱାଧୀନ ତ୍ରିରଙ୍ଗା ଉଡାଯାଇଥିଲା । ନେତାଜୀଙ୍କୁ ଲୋକମନରୁ ଭୁଲାଇ ଦେବାକୁ ଅନେକ ଥର ପ୍ରୟାଶ କରାଯାଇଛି । କିନ୍ତୁ ଏହି ସ୍ମାରକୀ ଆସନ୍ତା ପିଢ଼ିକୁ ପ୍ରେରଣା ଦେବ । ପରାକ୍ରମ ଦିବସରେ ଯୋଗ ଦେଇ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତୀ ଅନାବରଣ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଣ୍ଡାମାନ୍ରେ ତ୍ରିରଙ୍ଗା ଉଡ଼ାଇଥିଲେ । ଅଧିକାରୀଙ୍କ ସୂଚନା ଅନୁସାରେ ୧୯୪୩ ଡିସେମ୍ବର ୩୦ ନେତାଜୀ ଜିମଖାନା ପଡ଼ିଆରେ ତ୍ରିରଙ୍ଗା ଉଡ଼ାଇଥିଲେ । ଶାହ ସେହି ସ୍ଥାନରେ ତ୍ରିରଙ୍ଗା ଉଡ଼ାଛନ୍ତି ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ତେବେ ବର୍ତମାନ ଜିମ୍ଖାନା ଷ୍ଟାଡିୟମ୍ର ନାଁ ନେତାଜୀ ଷ୍ଟାଡିୟମ୍ ହୋଇଛି ।