ଦେଶରେ ଆଉ ୨୦୫୫୭ ନୂଆ ସଂକ୍ରମିତ ଓ ୪୪ ମୃତ
ନୂଆଦିଲ୍ଲୀ: ଦିନକରେ ଭାରତରେ ୨୦,୫୫୭ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୯,୫୯,୩୨୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୪୬,୩୨୩କୁ ବୃଦ୍ଧି ପାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଗୁରୁବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ କୋଭିଡ୍ ଯୋଗୁଁ ଦେଶରେ ୪୪ ଜଣଙ୍କର ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫,୨୬,୨୧୧କୁ ବୃଦ୍ଧି ପାଇଛି। ଦେଶରେ କୋଭିଡ-୧୯ର ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୪୬,୩୨୩ କୁ ବୃଦ୍ଧି ପାଇଛି, ଯାହାକି ମୋଟ ରୋଗର ୦.୩୩ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୨୯୭ ବୃଦ୍ଧି ପାଇଛି । ରୋଗୀଙ୍କ ଜାତୀୟ ସୁସ୍ଥତା ହାର ହେଉଛି ୯୮.୪୭ ପ୍ରତିଶତ । ଏଥି ସହିତ, ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୦୩.୨୧ କୋଟି ଡୋଜ୍ ଟିକା ଦିଆଯାଇଛି।