କାମ ନଥିଲେ ପଡୋଶୀ ରାଜ୍ୟକୁ ଯାଆନ୍ତୁନି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗ ଜନକ ନୁହେଁ । ଅଧିକ ଲୋକ ଟ୍ରେସିଂ ଟେଷ୍ଟିଂ ହୋଇ ଆଇସୋଲେସନ କରାଯିବାଟା ଭଲ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ଏଥିସହ କାମ ନଥିଲେ ପଡୋଶୀ ରାଜ୍ୟକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସୀମା ବର୍ତୀ ଜିଲ୍ଲା ଗୁଡିକର ଲୋକମାନଙ୍କୁ ଏସମ୍ପର୍କରେ ସଚେତନ କରାଯାଉଛି ।
ସେ କହିଛନ୍ତି ଯେ ଜାତୀୟ ହାର ତୁଳନାରେ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଛି । ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କୁ ଆରଟିପିସିଆର ଟେଷ୍ଟିଂ ରିପୋର୍ଟ ଧରି ଆସିବାକୁ କୁହାଯାଇଛି । ମେଡ଼ିସିନ ଓ ବେଡ଼ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଘରୋଇ ହସ୍ପିଟାଲ କୁ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । ବର୍ତମାନ କଟକଣା ଅପେକ୍ଷା ସଚେତନତାକୁ ପ୍ରାଧାନ୍ୟ ଦିଆଯାଉଛି । ସ୍ଥିତି ଦେଖି ନିଷ୍ପତି ନେବା ଲାଗି ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର ମାନଙ୍କୁ କୁହାଯାଇଛି । ଅଯଥା ଟେଷ୍ଟିଂ କରିବା ଅପେକ୍ଷା ଆମେ ଟାର୍ଗେଟଡ଼ ଟେଷ୍ଟିଂ କରୁଛୁ । ତେଣୁ ଏବେ ଟେଷ୍ଟିଂ ଟିକିଏ କମ ରହିଛି । ଆଗକୁ ଧୀରେ ଧୀରେ ଟେଷ୍ଟିଂ ବଢ଼ାଇବୁ ।