ଦୁଇଶହ ବର୍ଷର ପୁରୁଣା ରାସ୍ତାକୁ ରାତିଅଧିଆ ଆରଡ଼ି ରାସ୍ତାକୁ ଜେସିବି ଲଗାଇ ଖୋଳିନେଲେ ଦୁର୍ବୁତ୍ତ, କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀଙ୍କ ସାମ୍ବାଦିକ ସମ୍ମିଳନୀ
ବସ୍ତା : ଦୁଇଶହ ବର୍ଷର ପୁରୁଣା ରାସ୍ତାକୁ ରାତି ଅଧିଆ ଜେସିବି ଲଗାଇ ଖୋଳି ନେଲେ ଦୁର୍ବୁତ୍ତ । ଏମିତି ଘଟଣା ଘଟିଛି ବସ୍ତା ବ୍ଲକ ପୁଟୁରା ପଞ୍ଚାୟତ ପୁଟୁରା ଗ୍ରାମରେ । ବସ୍ତା – ବାଲିଆପାଳ ରାସ୍ତାର ବସ୍ତା ବ୍ଲକ ଅନ୍ତର୍ଗତ ଛଚିନା ଠାରୁ ନାଇକୁଡି ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ଟି ନିର୍ମିତ ହୋଇଥିଲା ।ଏହି ରାସ୍ତା ଟି ଛଚିନାରୁ ଆରମ୍ଭ ହୋଇ ଶିଆଳିଆପଦା ଗ୍ରାମ ଦେଇ ବାଲିସାହି ଓ ପୁଟୁରା ନାଇକୁଡି ରାସ୍ତା କୁ ସଂଯୋଗ କରୁଛି ।ଏହି ରାସ୍ତାଟି ଦୀର୍ଘ ଦୁଇଶହ ବର୍ଷର ପୁରୁଣା ରାସ୍ତା । ଏହି ରାସ୍ତା ଉପରେ ମୁକୁଳିସି,ପୁଟୁରା,ଇଡ଼ିଦା,କଇନଗରି, ଏବଂ ନାଇକୁଡ଼ି ପଞ୍ଚାୟତ ର ଲୋକ ଯାତାୟତ କରିଥାନ୍ତି ।୧୯ ୭୫ ମସିହା ରେ ଏହି ରାସ୍ତାକୁ ସରକାରୀ ରାସ୍ତାର ମାନ୍ୟତା ମିଳିବା ପରେ ୧୦ ରୁ ୧୫ ଥର ସରକାରୀ ଅନୁଦାନ ମିଳିଛି ।୨୦୧୮ ମସିହାରେ ୫ କିଲୋମିଟର ଦୈର୍ଘ୍ଯ ବିଷିଷ୍ଟ ରାସ୍ତା ୩ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିଲା ।ଦୀର୍ଘ ୫ ବର୍ଷ ଧରି ଏହାକୁ ଆରଡ଼ି ବିଭାଗକୁ ହସ୍ତାନ୍ତର ହୋଇଥିଲେ ମଧ୍ଯ ଏବେ ଏହି ରାସ୍ତାକୁ ନିଜର ଜାଗା କହି ପୁଟୁରା ଗ୍ରାମର ଜନୈକ ବ୍ୟକ୍ତି ରାତିରେ ନିଜର ଜେସିବି ଏବଂ ଟ୍ରାକ୍ଟର ଲଗାଇ ଖୋଳି ମାଟି, ମେଟାଲ, ଚିପିସ ବୋହି ନେଇଛନ୍ତି । ଯାହା ଫଳରେ ଉକ୍ତ ପଞ୍ଚାୟତ ର ୫ ହଜାରରୁ ଅଧିକ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହା ସହିତ ଏହି ରାସ୍ତା ପାଖ ଦେଇ ଯାଇଥିବା ପାଣି ପାଇପ ନଷ୍ଟ ହୋଇଛି। ଯାହା ୫ ଶହରୁ ଉର୍ଦ୍ଧ୍ବ ଲୋକ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ,ଥାନା, ତହସିଲଦାର, ବିଡ଼ିଓ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତୁରନ୍ତ ଉକ୍ତ ଦୁର୍ବୁର୍ତ୍ତ କୁ ଗିରଫ କରିବା ସହିତ ଟ୍ରାକ୍ଟର ଓ ଜେସିବି ଜବଦ କରିବା ଦାବିରେ ଗ୍ରାମବାସୀଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି । ଯଦି ଏହାର କୈାଣସି ପଦକ୍ଷେପ ଗ୍ରହଣ କରା ନଯାଏ ତାହାହେଲେ ବସ୍ତା ବାଲିଆପାଳ ରାସ୍ତା ଅବରୋଧ କରାଯିବ ।