ସୁନ୍ଦରଗଡ଼ରେ ଆଉ ୨୦ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ, ୨୯୨ରେ ପହଞ୍ଚିଲା ପଜିଟିଭ ସଂଖ୍ୟା
ସୁନ୍ଦରଗଡ : ରାଜ୍ୟରେ ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍ । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ନୂଆ କେସ୍ । ସବୁଠୁ ବେଶି ପ୍ରଭାବିତ ହୋଇଛି ସୁନ୍ଦରଗଡ ଜିଲା । ଜିଲାରେ ୨୪ ଘଣ୍ଟାରେ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୭୪ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୨୦ ପଜିଟିଭ ବାହାରିଛି। ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆଇସିୟୁରେ ଚିକିତ୍ସାଧୀନ ଥିବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପୁଣି ୨୦ଜଣ ସ୍କ୍ରବ ଟାଇଫସ୍ ପଜିଟିଭ ଚିହ୍ନଟ । ଜିଲାରେ ପଜିଟିଭ ସଂଖ୍ୟା ୨୯୨ରେ ପହଂଚିଛି । ୭୫ଟି ରକ୍ତ ନମୁନା ପରିକ୍ଷା ପରେ ୨୦ଜଣ ଆକ୍ରାନ୍ତ ମେଡିକାଲ ଓ ଜିଲା ପ୍ରଶାସନ ପକ୍ଷରୁ ଗାଁ ଗାଁରେ ଲୋକମାନଙ୍କୁ ଡାକ ବାଜି ଓ ପାଲା ମାଧ୍ୟମରେ ସଚେତନ କରାଯାଉଥିଲେ ମଧ୍ୟ ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଜିଲା ପ୍ରଶାସନ ଓ ମେଡିକାଲ ବିଭାଗର ଚିନ୍ତା ବଢାଇଛି । ଏହି ରୋଗପାଇ କେହି ଭୟଭୀତ ହୁଅନ୍ତୁ ନାହିଁ ସଚେତନ ରୁହନ୍ତୁ ।
ଏହି ରୋଗ ଏକ ନିର୍ଦ୍ଦିଷ୍ଟ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ ବୋଲି ଜିଲା ମୁଖ୍ୟ ଚକିତ୍ସା ଅଧିକାରୀ ଧରଣୀ ରଞ୍ଜନ ଶତପଥୀ ପରାମର୍ଶ ଦେଇଛନ୍ତି ।