ବିହାରରେ ମାଲଗାଡିର ୨୦ଟି ଡବା ଲାଇନଚ୍ୟୁତ; ଅନେକ ଟ୍ରେନର ମାର୍ଗରେ ପରିବର୍ତନ
ପାଟନା : ବିହାରର ରୋହତାସ ଜିଲ୍ଲାରେ କୁମହେଉ ଷ୍ଟେସନ ନିକଟରେ ବୁଧବାର ସକାଳ ପାଖାପାଖି ୬.୨୦ରେ ଏକ ମାଲବାହୀ ଟ୍ରେନର ୨୦ଟି ଡବା ଲାଇନଚ୍ୟୁତ ହୋଇଛି । ହାଜିପୁର ଜୋନାଲ କାର୍ଯ୍ୟାଳୟର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ବିରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି କାରଣରୁ ଏହି ଷ୍ଟେସନ ଦେଇ ଯାଉଥିବା ବିଭିନ୍ନ ଟ୍ରେନର ଗତିପଥରେ ପରିବର୍ତନ କରା ଯାଇଛି ।