ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ, ଜଣେ ଗୁରୁତର
କଳାହାଣ୍ଡି : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବେଡାଗାଁ ପଂଚାୟତ ଦାନିକାପେଲ ଗାଁର ଅଭାବନୀୟ ଘଟଣା। ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ । ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବେ ଯୋଗୁଁ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ମହିଳା ହୋଇଥିବା ବେଳେ ସେମାନଙ୍କ ନାମ ଡଙ୍ଗେ ମାଝୀ ଏବଂ ଟିଙ୍ଗୁ ମାଝୀ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ଦାନିକାପେଲ ଗାଁର ଏକ ରାସ୍ତାରେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । ଏହି ସମୟରେ ସେହି ରାସ୍ତା ଦେଇ କିଛି ଲୋକ ଯାଉଥିଲା । ହଠାତ୍ ଛିଣ୍ଡି ପଡିଥିବା ତାର ସଂସ୍ପର୍ଶରେ ଆସି ୩ ଜଣ ଗୁରୁତର ହୋଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବାକି ଆଉ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତେବେ ଗୁରୁତରଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ବିଶ୍ୱନାଥପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଛି ।