୧୪ରୁ ୧୬ ଭିତରେ ଯୁକ୍ତ୨ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ୨ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଗତବର୍ଷ ଅଗଷ୍ଟ ୨୧ରେ ଯୁକ୍ତ୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହେବ। ଏଥର ୫୫ ହଜାରରୁ ଅଧିକ ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଛି। ତେବେ ବିଜ୍ଞାନ ପାଇଁ ଲାବୋରରୋଟୀ ସମସ୍ୟା ହୋଇପାରେ। ତେଣୁ ଏ ସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି। ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା। ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି। ସେମାନେ ଲାବୋରଟୋରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି। ଆବେଦନ ପୂର୍ବରୁ କେତେ ସିଟ୍ ବଢ଼ିଲା, ତାହା ସାମସ ୱେବସାଇଟ୍ ରେ ତଥ୍ୟ ଉପଲବ୍ଧ ହେବ। ସେହିପରୀ ସିଟକୁ ନେଇ କୌଣସି ସମସ୍ୟା ହେବନାହିଁ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ଅନ୍ୟପକ୍ଷରେ ଚଳିତବର୍ଷ ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଖାତା ଦେଖା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହି ପିଲାମାନଙ୍କୁ ମଧ୍ୟ ଯଥେଷ୍ଟ ସୁଯୋଗ ଦିଆଯିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଯେଉଁ ଗାଇଡଲାଇନ ନବମ ଶ୍ରେଣୀ ପାଇଁ ମଧ୍ୟ ସମାନ ଗାଇଲାଇନ ବା ଏସଓପି ଅଛି। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଅଗଷ୍ଟ ୧୬ ତାରିଖରୁ ଆମେ ନବମ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବାକୁ ଯାଉଛୁ ବୋଲି ମନ୍ତ୍ରୀ କହିଛନ୍ତି।