ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା : ପାଣ୍ଡ୍ୟା ଅଧିନାୟକ, ତିଲକ୍-ୟଶସ୍ୱୀ ନୂଆ ମୁହଁ
ମୁମ୍ବାଇ : ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଟିମ ଘୋଷଣା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ଆଇପିଏଲରେ ଦମ୍ଦାର ପ୍ରଦର୍ଶନ କରିଥିବା ଯଶସ୍ବୀ ଜୟସ୍ବାଲ ଓ ତିଲକ ବର୍ମାଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ ଟିମର ନିୟମିତ ଅଧିନାୟକ ରୋହିତ ଶର୍ମା, ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ସମେତ ବରିଷ୍ଠ ଖେଳାଳିଙ୍କୁ ଦଳରେ ବିଶ୍ରାମ ଦିଆଯାଇଛି।
ଅଗଷ୍ଟ ୩ରୁ ଏହି ଟି-୨୦ ସିରିଜ୍ ଆରମ୍ଭ ହେବ। ଟିମର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଥିବା ବେଳେ, ସୂର୍ଯ୍ୟ କୁମାର ଯାଦବ ଭାଇସ କ୍ୟାପଟେନ୍ , ଇଶାନ କିଶନ, ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ନୋଇ, ଅର୍ଶଦୀପ ସିଂହ, ଉମରାନ ମଲ୍ଲିକ, ଅଭେସ ଖାନ, ମୁକେଶ କୁମାର । ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳିବ ।
ତିଲକ ବର୍ମା ଆଇପିଏଲ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ସହ ନିଜର ଯାଦୁ ଦେଖାଇଥିଲେ। ସେହିପରି ଜୈସୱାଲ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ନିଜର ଦକ୍ଷତା ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ମଧ୍ୟ ପୂର୍ବରୁ ଜୈସୱାଲଙ୍କୁ ସୁଯୋଗ ମିଳିଥିଲା। ଏବେ ଟି-୨୦ରେ ମଧ୍ୟ ତାଙ୍କୁ ସ୍କ୍ୱାଡରେ ରଖାଯାଇଛି। ଭାରତର ଦ୍ରୁତ ବୋଲିଂର କମାଣ ମଧ୍ୟ ଉମ୍ରାନ ମଲିକ, ଆଭେଶ ଖାନ, ମୁକେଶ କୁମାର ଓ ଅର୍ଶଦୀପ ସିଂହଙ୍କ ଭଳି ଯୁବକ ବୋଲରଙ୍କ ଉପରେ ରହିବ। ସ୍ପିନ ବାହିନୀରେ ରବୀନ୍ଦ୍ର ଜାଡେଜା ନାହାନ୍ତି। ଦଳର ସ୍ପିନ ବାହିନୀ ୟୁଜବେନ୍ଦର ଚହଲ, ରବି ବିଷ୍ଣୋଇ ଓ କୁଲଦୀପ ଯାଦବ ରହିଛନ୍ତି। ଅଲରାଉଣ୍ଡର ଭାବେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଛି। ଚୟନ କମିଟି ସ୍କ୍ୱାଡରେ ଦୁଇ ଜଣ ୱିକେଟ କିପର ସଞ୍ଜୁ ସାମସନ ଓ ଈଶାନ କିଶନଙ୍କୁ ସାମିଲ କରିଛି। ଏମାନଙ୍କ ବ୍ୟତୀତ ଶୁବମନ ଗିଲ୍ ମଧ୍ୟ ଦଳରେ ରହିଛନ୍ତି।
ତେବେ ପ୍ରଥମ ଟେଷ୍ଟ ୧୨ରୁ ୧୬ ଜୁଲାଇ ଓ ୨ୟ ଟେଷ୍ଟ ୨୦ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଖେଳ ହେବ । ଦିନିକିଆ ମ୍ୟାଚ ୨୭ ଓ ୨୯ ଜୁଲାଇ ଓ ୧ ଅଗଷ୍ଟରେ ଖେଳାଯିବ । ୫ ଟିକିଆ ଟି-ଟ୍ବେଣ୍ଟିଂ ସିରିଜ୍ ଅଗଷ୍ଟ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ।
ଭାରତର ଟି-୨୦ ସ୍କ୍ୱାଡ : ଈଶାନ କିଶନ, ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ତିଲକ ବର୍ମା, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୟୁଜି ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ, ଆଭେଶ ଖାନ ଓ ମୁକେଶ କୁମାର।