ଘର ଭିତରୁ ୧୫ ଫୁଟିଆ କିଙ୍ଗ୍ କୋବ୍ରା ଉଦ୍ଧାର
ମୟୁରଭଞ୍ଜ : ଜଙ୍ଗଲରେ ନୁହେଁ ଜଣେ ଲୋକଙ୍କ ଘର ଭିତରେ ଶୋଇବା ରୁମ୍ ରୁ ୧୫ଫୁଟ୍ ର ବିଶାଳ କିଙ୍ଗ୍ କୋବ୍ରା ବା ଅହିରାଜ ଉଦ୍ଧାର ହୋଇଛି। ଉଦ୍ଧାର ପରେ ସାପକୁ ଜଙ୍ଗଲରେ ଛଡା ଯାଇଛି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ନିଶ୍ଚିନ୍ତା ଅଞ୍ଚଳରୁ ୧୫ ଫୁଟର ଅହିରାଜ ଉଦ୍ଧାର କରାଯାଇଛି।
ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ନିଶ୍ଚିନ୍ତା ଅଞ୍ଚଳ ଅଶୋକ କୁମାର ମହାପାତ୍ର ଆଜି ସକାଳେ ତାଙ୍କ ଶୋଇବା ଘରର ଖଟ ତଳୁ ଏକ ସାପର ଶବ୍ଦ ଶୁଣି ଭୟଭୀତ ହୋଇ ଯାଇଥିଲେ। ପରେ ଏ ନେଇ ବାଙ୍ଗିରିପୋଷି ରେଞ୍ଜ ଅଫିସକୁ ଖବର ଦେଇଥିଲେ। ଖବର ପାଇ ସର୍ପ ଉଦ୍ଧାରକାରୀ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ଏବଂ ତାଙ୍କ ଟିମ ପହଞ୍ଚି ସାପଟିକୁ ତାଙ୍କ ଶୋଇବା ଘର ଖଟ ତଳୁ ଉଦ୍ଧାର କରି ତାକୁ ସ୍ଥାନୀୟ ଜଙ୍ଗଲରେ ଛାଡିଛନ୍ତି। ତେବେ ଏହି ବିଶାଳକାୟ ସାପଟି କାହାରିକୁ କୌଣସି କ୍ଷତି କରି ନଥିବା ବେଳେ ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଏହା ପୂର୍ବରୁ ମଧ୍ୟ କୃଷ୍ଣଚନ୍ଦ୍ର ପ୍ରାୟ ୬୦ ରୁ ୭୦ ହଜାର ବିଷଧର ସାପ ସମେତ ଅନେକ ବନ୍ୟଜନ୍ତୁ ଉଦ୍ଧାର କରିବାର ନଜିର ରହିଛି।