୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ, ଧାନ-କପା ଅଭାବୀ ବିକ୍ରି ଓ ଅବ୍ୟବସ୍ଥାକୁ ବିଜେପିର ପ୍ରତିବାଦ

କଳାହାଣ୍ଡି: କଳାହାଣ୍ଡି ଜିଲାରେ ଧାନ ଓ କପାର ଅଭାବୀ ବିକ୍ରୀ ଓ କଟନୀ ଛଟନୀ ନେଇ ପ୍ରତିବାଦ କରିଛି ବିଜେପି ।
ଧାନ ଓ କପା ମଣ୍ଡିରେ କଟନି ଛଟନି କୁ ବିରୋଧ କରି ଗତ ୨୮ ତାରିଖରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା ବସିଛି ଜିଲା ବିଜେପି। ଆଜିକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ଚୁପ୍ ବସିଛି। ମଣ୍ଡିରେ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ଓ ଗାଁ ଗାଁ ମଦ କୋଠୀ ବିରୋଧରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ୍ ଘୋଷଣା କରିଛି କଳାହାଣ୍ଡି ବିଜେପି। ଫଳରେ ସବୁ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ, ଯାନବାହାନ ବନ୍ଦ ରହିଛି । ବିଜେପି କର୍ମୀ ଓ ନେତୃବୃନ୍ଦ ରାସ୍ତା ଉପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବନ୍ଦ ଫଳରେ ଯାତ୍ରୀ ହଇରାଣ ହେଉଛନ୍ତି । ସ୍କୁଲ ମଧ୍ୟ ବନ୍ଦ ରହିଛି । ମେଡିକାଲ ଛାଡ଼ି ସମସ୍ତ ସେବା ବନ୍ଦ୍ ରହିବ। ଭବାନୀପାଟଣା ସହରର ସମସ୍ତ ପ୍ରବେଶ ରାସ୍ତା ରୋକ କରିଛି ବିଜେପି।
ସୂଚନା ଯେ, ବିଜେପି ପକ୍ଷରୁ କୁହାଯାଇଛି ଯେ, ମଣ୍ଡିରେ ଚାଷୀ ହଇରାଣ ହେଉଛି । ଶୀତ କାକରରେ ପଡି ରହୁଛି । ପ୍ରଥମେ ବିଳମ୍ବିତ ମଣ୍ଡି, ପରେ ବର୍ଷାରେ ଧାନ ଖରାପ ନେଇ ଚାଷୀ ହଇରାଣ ହେଉଛି । ଆହୁରି ବି କଟନୀ ଛଟନୀର ଶିକାର ହେଉଛି । ଏମିତିକି କପାର ଅବସ୍ଥା ବି ସେୟା । ଲୋକେ ଅସନ୍ତୋଷ ଅଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହାକୁ ପ୍ରତିବାଦ କରି ଆଜି ବିଜେପି ବନ୍ଦ ଡାକରା ଦେଇଛି ବିଜେପି ।