ଦେଶର ୧୦୦ଟି ସ୍ଥାନରେ ଆୟକର ବିଭାଗର ଚଢ଼ାଉ
ନୂଆଦିଲ୍ଲୀ: ଦେଶରେ ଗୋଟିଏ ପଟେ ସିବିଆଇ ଆକ୍ସନ ମୋଡରେ ରହିଥିବାବେଳେ ଅନ୍ୟପଟେ ଆୟକର ବିଭାଗ ମଧ୍ୟ କାମ ଜାରି ରଖିଛି । ଦିଲ୍ଲୀ, ଉତ୍ତରାଖଣ୍ଡ, ରାଜସ୍ଥାନ, ମହାରାଷ୍ଟ୍ର ଓ ବାଙ୍ଗାଲୁରୁରେ ଆୟକର ବିଭାଗ ରେଡ ଜାରି ରଖିଥିବା ଜଣାପଡ଼ିଛି । ଟ୍ୟାକ୍ସ ଚୋରି ଓ ରାଜନୈତିକ ଫଣ୍ଡିଂ ମାମଲାରେ ଆୟକର ବିଭାଗ ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମଗ୍ର ଦେଶରେ ପାଖାପାଖି ୧୦୦ଟି ସ୍ଥାନରେ ରେଡ ଜାରି ରଖିଛନ୍ତି । ଏଥିପାଇଁ ୧୦୦ଟି ଗାଡ଼ିର ବ୍ୟବହାର କରାଯାଇଛି ।
ଏଥିରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଟି ଅଧିକାରୀଙ୍କ ସହ ସିଆରପିଏଫ୍ ଯବାନ ମଧ୍ୟ ମହଜୁଦ ଅଛନ୍ତି ।
ଦିଲ୍ଲୀରେ ଟ୍ୟାକ୍ସ ଚୋରୀ ମାମଲାରେ ଅନେକ ବ୍ୟବସାୟୀଙ୍କ ଘରେ ରେଡ ପଡ଼ିଥିବାବେଳେ ରାଜସ୍ଥାନରେ ମଧ୍ୟାହ୍ନ ଭୋଜନରେ ରୋଜଗାର କରିଥିବା ଲୋକଙ୍କ ଉପରେ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।