ଆୟକରର ଚଢ଼ାଉରେ ୧୦୦ କୋଟିରୁ ଅଧିକ ବେହିସାବ ନେଣ ଦେଣର ଖୁଲାସା
ରାଂଚି : ଆୟକର ବିଭାଗ ଝାଡ଼ଖଣ୍ଡରେ ଦୁଇ ବିଧାୟକ, ତାଙ୍କ ସହଯୋଗୀ ଏବଂ ବ୍ୟବସାୟିକ ଠିକଣାରେ ହୋଇଥିବା ଚଢ଼ାଉର ମଙ୍ଗଳବାର ଦିନ ଖୁଲାସା କରିଛି । ବିଭାଗ ଅନୁଯାୟୀ ତଲାସୀ ଏବଂ ଜବତ କାର୍ଯ୍ୟାନୁଷ୍ଠାନ ସମୟରେ ୧୦୦ କୋଟି ଟଙ୍କାରୁ ଅଧିକ ବେହିସାବ ଦେଣ ନେଣ ଏବଂ ନିବେଶର ସୂଚନା ହାସିଲ ହୋଇଛି । ଏହାସହ ଦୁଇ କୋଟି ଟଙ୍କାରୁ ଅଧିକ ଅଘୋଷିତ ସମ୍ପତି ଜବତ କରାଯାଇଛି ।
ଏହା ପୂର୍ବରୁ ୪-୫ ନଭେମ୍ବର ଆଇଟି ବେରମୋର କଂଗ୍ରେସ ବିଧାୟକ ଅନୁପ ସିଂହ ଓରଫ ଜୟମଙ୍ଗଳ ସିଂହ ଏବଂ ପୋଡୈୟାହାଟର ବିଧାୟକ ପ୍ରଦୀପ ଯାଦବ, ଆୟରନ ଏବଂ ବ୍ୟବସାୟୀ ରାଜକୁମାର ଶାହ, କୋୟଲା ବ୍ୟବସାୟୀ ଅଜୟ ସିଂହ ସହିତ କେତେକ ବ୍ୟବସାୟୀଙ୍କ ରାଂଚି, ଗୋଡ୍ଡା, ବେରମୋ, ଦୁମକା, ଜାମଶେଦପୁର ଏବଂ ଚାଇବାସା ପାଟଣା, ଗୁରୁଗ୍ରାମ, କୋଲକାତା ସହିତ କେତେକ ଅନ୍ୟ ସ୍ଥାନରେ ୫୦ରୁ ଅଧିକ ଜାଗାରେ ଚଢ଼ାଉ କରିଥିଲେ ।