ବାଲେଶ୍ୱର : ୪ ନବଜାତଙ୍କ ସମେତ ୧୦ ଶିଶୁ କରୋନା ପଜିଟିଭ୍
ବାଲେଶ୍ୱର : ମହାମାରୀ କରୋନାର ତୃତୀୟ ଲହର ଆତଙ୍କ ଖେଳାଇଦେଇଛି । ତୃତୀୟ ଲହରରେ ଶିଶୁଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବାଲେଶ୍ୱର ଜିଲାରେ ୪ ନବଜାତ ଶିଶୁଙ୍କ ସମେତ ୧୦ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଶିଶୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୧ରୁ ୨୭ ଦିନ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । ସେହିପରି ୧ ବର୍ଷ ମଧ୍ୟରେ ୩ ଜଣ ଏବଂ ୧୦ ବର୍ଷ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି । ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲ ସେନ ଜଗଦେବ ସୂଚନା ଦେଇଛନ୍ତି ।
ସୂଚନା ଯେ, ତୃତୀୟ ଲହର ଆସିବା ପୂର୍ବରୁ ପୁରା ଦେଶବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି । ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି କି, ତୃତୀୟ ଲହର ବିଶେଷ ଭାବେ ଶିଶୁମାନଙ୍କ ପାଇଁ ବେଶି ବିପଦ ଆଣିବ । ସେହିପରି ତୃତୀୟ ଲହରର ଆଶଙ୍କା ମଧ୍ୟରେ ଶିଶୁରୋଗ ବିଶେଷଜ୍ଞ ମାନେ କହିଛନ୍ତି କି ତୃତୀୟ ଲହର ଯଦି ଦୃତଗତିରେ ବଢିଚାଲିବ ତେବେ ପରିସ୍ଥିତି ଅସମ୍ଭାଳ ହେବ । ଶିଶୁରୋଗ ବିଶେଷଜ୍ଞ ମାନେ କହିଛନ୍ତି କି ଦେଶରେ ଶିଶୁ ମାନଙ୍କୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଇସିୟୁ ବେଡର ବ୍ୟବସ୍ଥା ନାହିଁ । ଅନ୍ୟପଟେ ଦେଶରେ ୦ ରୁ ୧୮ ବର୍ଷ ପିଲାମାନଙ୍କୁ ଟିକା ଦେବା ନେଇ ସରକାର କୌଣସି ଯୋଜନା ପ୍ରସ୍ତୁତ କରି ନାହାନ୍ତି ।