ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ବିପୁଳ ସ୍ବାଗତ
ନବରଙ୍ଗପୁର : ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ପୂର୍ବତନ ସାଂସଦ ପ୍ରଦୀପ କୁମାର ମାଝୀ ଦାୟିତ୍ଵ ନେବା ପରେ ନବରଙ୍ଗପୁରକୁ ପ୍ରଥମ ଥର ବୁଧବାର ପହଞ୍ଚିଛନ୍ତି। ମାଆ ଭଣ୍ଡାର ଘରଣୀ ପୀଠରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିବା ସହ ମାଆଙ୍କ ଆଶୀର୍ବାଦ ନେଇଛନ୍ତି। ବିଜେଡି ପକ୍ଷରୁ ଜୋରଦାର ବିପୁଳ ସ୍ୱାଗତସମ୍ବର୍ଦ୍ଧନା କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରୀପାଠୀ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମିତ ପୁଜାରୀ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ, କାଉନସିଲର ରଞ୍ଜିତା ପଣ୍ଡା, କାମିନୀ ପାଢ଼ୀ, ବିଜେଡି ନେତା ସରୋଜ ପାତ୍ର, ରବି ପଟ୍ଟନାୟକ, ତାରିକ୍ ହାସନ ଖାଁ, କୁନା ପାଢ଼ୀ, ତେନ୍ତୁଳିଖୁଣ୍ଟି ଲ୍ୟାମ୍ପସ୍ ସଭାପତି ଅଖିଳ ଭତରାଙ୍କ ସମେତ ବହୁ ଛାତ୍ର, ଯୁବ, ମହିଳା ବିଜେଡି ନେତାଓକର୍ମୀ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ନବରଙ୍ଗପୁର, ରାୟଗଡା, କୋରାପୁଟ, ଗଜପତି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ଦିଗରେ କାର୍ଯ୍ୟ କରିବ। ରାଜ୍ୟ ସରକାରଙ୍କ ସମସ୍ତ ସ୍କିମ୍ର ସୁବିଧା ଯେପରି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବ ସେଥିପ୍ରତି ଶ୍ରୀ ମାଝୀ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।