ସଡକ ଦୁର୍ଘଟଣାରେ ୨ ଗୁରୁତର
ଭଦ୍ରକ : ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଚେକଗେଟ ନିକଟରେ ଆଜି ଦିନ ପ୍ରାୟ ୧୦.୩୦ମି. ସମୟରେ ଏକ ଅଜଣା ଟ୍ରକକୁ ଟାଟା ଏସି ପଛରୁ ପିଟିବା ଫଳରେ ଚାଳକ ଓ ହେଲପର ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସଂପୃକ୍ତ ସ୍ଥାନରେ ଏକ ଟ୍ରକ ଛିଡା ହୋଇଥିବା ବେଳେ ପାଣିକୋଇଲି ଅଭିମୁଖି ଓଡି ୦୫ ଏଫ ୦୪୩୫ ନଂ ଟାଟା ଏସି ଭାରସାମ୍ୟ ହରାଇ ପଛରୁ ପିଟିଥିଲା । ଫଳରେ ଟାଟା ଏସିର ସମ୍ମୁଖ ଭାଗ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଟାଟା ଏସିର ଚାଳକ ଜଗତପୁର ଅଂଚଳର ମିଟୁ ସିଂ ଓ ହେଲପର ଧନଞ୍ଜୟ ଦାସ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଓ ପୁଲିସ ଉଭୟ ଆହତଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭଦ୍ରକ ମେଡିକାଲକୁ ପଠାଇ ଦିଆଯାଇଥିଲା । ଘଟଣାରେ ଟ୍ରକ ଫେରାର ହୋଇଯାଇଥିଲା । ପୁଲିସ ଟାଟା ଏସିକୁ ଜବତ କରିଛି ।