ଲାଲ କିଲ୍ଲାରୁ ଦେଶକୁ ସମ୍ୱୋଧିତ କଲେ ପ୍ରଧାନମନ୍ତ୍ରୀ
ଗୁରୁ ତେଗ ବାହାଦୂରଙ୍କୁ ସମର୍ପିତ ସ୍ମାରକ ଡାକ ଟିକଟ ଏବଂ ମୁଦ୍ରା ଉନ୍ମୋଚନ
ନୂଆଦିଲ୍ଲୀ : ଗୁରୁ ତେଗ ବାହାଦୂରଙ୍କ ୪୦୦ତମ ପ୍ରକାଶ ପର୍ବ ଅବସରରେ ଦିଲ୍ଲୀର ଲାଲ କିଲ୍ଲାରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ୱୋଧିତ କରି ଭବ୍ୟ ଆୟୋଜନକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଗୁରୁଙ୍କୁ ସମର୍ପିତ ସ୍ମାରକ ଡାକ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଥିଲେ। ଏହା ପୂର୍ବରୁ ୨୦୧୯ରେ ଆମ ଗୁରୁ ନାନକ ଦେବ ଜୀଙ୍କ ୫୫୦ତମ ପ୍ରକାଶ ପର୍ବ ଏବଂ ୨୦୧୭ରେ ଗୁରୁ ଗୋବିନ୍ଦ ସିଂଙ୍କ ୩୫୦ତମ ପ୍ରକାଶ ପର୍ବ ପାଳନର ସୌଭାଗ୍ୟ ମୋତେ ମିଳିଥିଲା। ଆଜି ଆମ ଦେଶ ସମ୍ପୂର୍ଣ୍ଣ ନିଷ୍ଠାର ସହ ଆମ ଗୁରୁଙ୍କ ଆଦର୍ଶକୁ ନେଇ ଆଗକୁ ବଢୁଛି । ଏହାସହ ସାରା ବିଶ୍ୱରେ ଗୁରୁବାଣୀ ଉପରେ ଆସ୍ଥା ରଖୁଥିବା ସମସ୍ତଙ୍କୁ ପ୍ରକାଶ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।
Prime Minister Narendra Modi releases a commemorative coin and postage stamp on the occasion of the 400th Parkash Purab celebrations at Red Fort, Delhi. pic.twitter.com/voE4KWRO5Q
— ANI (@ANI) April 21, 2022
ସେହିପରି ସ୍ୱାଧୀନତା ପରର ୭୫ ବର୍ଷରେ ଭାରତର ଅନେକ ସ୍ୱପ୍ନର ଶବ୍ଦ ଏଠାରୁ ପ୍ରତିଧ୍ୱନିତ ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସାବ ଅବସରରେ ଲାଲ କିଲ୍ଲାରେ ଆୟୋଜିତ ହୋଇଥିବା ଏହି ସମାରୋହର ବେଶ ସ୍ୱତନ୍ତ୍ର । ଏହା କିଲ୍ଲା ଗୁରୁ ତେଗ ବାହାଦୂରଙ୍କ ବଳିଦାନ ଦେଖିଛି ଏବଂ ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିବା ଲୋକଙ୍କ ସାହସ ବି ଦେଖିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଶହ ଶହ ବର୍ଷର ପରାଧୀନତାରୁ ମୁକ୍ତି, ଭାରତର ସ୍ୱାଧୀନତାକୁ, ଭାରତ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଯାତ୍ରାକୁ ଭିନ୍ନ ରୂପେ ଦେଖା ଯାଇ ନପାରେ। ଏହି କାରଣରୁ ଆଜି ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ଗୁରୁ ତେଗ ବାହାଦୂର ସାହିବଙ୍କ ୪୦୦ତମ ପ୍ରକାଶ ପର୍ବକୁ ଏକା ସଙ୍ଗରେ ପାଳନ କରାଯାଉଛି। ଗୁରୁ ତେଗ ବାହାଦୂରଙ୍କ ଜୀବନ ଦର୍ଶନ ଉପରେ ଏକ ଭବ୍ୟ ଲାଇଟ ଆଣ୍ଡ ସାଉଣ୍ଡ ଶୋର ଆୟୋଜନ ହୋଇଥିଲା। ଏହାଛଡା ଶିଖ ପାରମ୍ପାରିକ ମାର୍ଶଲ ଆର୍ଟ ‘ଗତକା’ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ନବମ ଶିଖ ଗୁରୁ, ଗୁରୁ ତେଗ ବାହାଦୂରଙ୍କ ଉପଦେଶକୁ ରେଖାଙ୍କିତ କରିବା ଉପରେ କେନ୍ଦ୍ରୀତ ଥିଲା। ସୂଚନା ଯେ, ଦିଲ୍ଲୀର ଶିଖ ଗୁରୁଦ୍ୱାରା ପରିଚାଳନା କମିଟି ସହ ମିଶି ଭାରତ ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ବୁଧବାର କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବହୁ ବଡ଼ ନେତା ସାମିଲ ହୋଇଥିଲେ।