ରାଜଧାନୀର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ ଏକ ମାସ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ଗୁଣ ବୃଦ୍ଧି ପାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆଜି ରାଜଧାନୀର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଖାଲି ଅବା କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି କରିଛି ।
ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏକ ନିର୍ଦ୍ଦେଶନାମା ଜାରି କରି ରାଜଧାନୀର ସମସ୍ତ ଯୁକ୍ତ ଦୁଇ କଲେଜ, ଡିଗ୍ରୀ କଲେଜ ସମେତ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଆଉ ଯେଉଁ ପିଲାମାନଙ୍କର ପରୀକ୍ଷା ଶେଷ ହୋଇଯାଇଛି ସେମାନେ ତୁରନ୍ତ ହଷ୍ଟେଲ ଖାଲି କରିବାକୁ ବିଏମସି କମିଶନର ନିିର୍ଦ୍ଦେଶ ଦେଇଛନ୍ତି। ବିଏମସି ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ, ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇସାରିଛନ୍ତି ଓ ସେମାନଙ୍କର ଆଉ କୌଣସି ପରୀକ୍ଷା ବାକି ନାହିଁ ସେମାନେ ତୁରନ୍ତ ହଷ୍ଟେଲ ପରିସର ଖାଲି କରିବେ।