ରେଳର ଘରୋଇକରଣର କୌଣସି ପ୍ରସ୍ତାବ ନାହିଁ- ରେଳ ମନ୍ତ୍ରୀ
ନୂଆଦିଲ୍ଲୀ : ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଦିନ ଲୋକସଭାକୁ କହିଛନ୍ତି ଯେ ଭାରତୀୟ ରେଳୱେର ଘରୋଇକରଣର କୌଣସି ପ୍ରସ୍ତାବ ନାହିଁ । ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ସେ ଏହି ପ୍ରଶ୍ନକୁ ମଧ୍ୟ ଖାରଜ କରିଛନ୍ତି ଯେ ନିକଟ ବର୍ଷରେ ରେଲୱେ ଭର୍ତି ବୋର୍ଡ(ଆର୍ଆର୍ବି)ର ମାଧ୍ୟମରେ ନିଯୁକ୍ତି କରାଯାଇଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ହ୍ରାସ ହୋଇଛି ଯେ ଏବଂ ସମ୍ବିଦା କର୍ମଚାରୀଙ୍କ ସଂଖ୍ୟା ଲଗାତାର ବୃଦ୍ଧି ହେଉଛି ।