ବାଗେଡ଼ିଆ ଧର୍ମଶାଳା ସିଲ କଲା ଜିଲ୍ଲା ପ୍ରଶାସନ
ପୁରୀ : ସିଂହଦ୍ୱାର କଂସାପଟିରେ ଥିବା ବାଗେଡ଼ିଆ ଧର୍ମଶାଳାକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର କ୍ଷୀରୋଦ କୁମାର ବେହେରା ଓ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଧର୍ମଶାଳା ଅଧିକାଂଶ କୋଠରିକୁ ସିଲ କରାଯାଇଛି । ଏହାର ଗ୍ରାଉଣ୍ଡ ଫ୍ଲୋରରେ ସିଂହଦ୍ୱାର ଥାନା ଓ ଆରଆଇ ଅଫିସ ଚାଲୁଅଛି । ୧୯୬୧ ମସିହରେ ଖୋଲାରାମ ବାଗେଡ଼ିଆ ଏହି ଜମିକୁ ଲିଜ ସୁତ୍ରରେ ନେଇ ଧର୍ମଶାଳା ନିର୍ମାଣ କରିଥିଲେ । ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କ ରହଣି ପାଇଁ ଧର୍ମଶାଳା ନିର୍ମାଣ ହୋଇଥିବା ବେଳେ କେତେକ ଚୁକ୍ତିକୁ ଖିଲାପ କରିଥିବାରୁ ପ୍ରଶାସନ ଏହାକୁ ଦଖଲକୁ ନେଇଛି ।