ଚାନ୍ଦିପୁର ଡ଼ିଆରଡ଼ିଓ ତଥ୍ୟ ଲିକ୍ ମାମଲା : ସାମ୍ନାକୁ ଆସିଲା ରାଜସ୍ଥାନ ଲିଙ୍କ୍
ଭୁବନେଶ୍ୱର : ବାଲେଶ୍ୱର ଚାନ୍ଦିପୁର ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ନୂଆ ଟ୍ଵିଷ୍ଟ । ଓଡିଶା ପରେ ସାମ୍ନାକୁ ଆସିଲା ରାଜସ୍ଥାନ ଲିଙ୍କ୍ । ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ କର୍ମଚାରୀଙ୍କୁ ହନିଟ୍ରାପ୍ କରାଯାଇଛି । ସର୍ଭିସ କର୍ମଚାରୀ ଜଣଙ୍କ ଚତୁର୍ଥ ଶ୍ରେଣୀର କର୍ମଚାରୀ ବୋଲି ଜଣାପଡିଛି । ଯୁବକ ଜଣଙ୍କ ଅଫିସର ଗୁରୁତ୍ବପୂର୍ଣ୍ଣ ତଥ୍ୟ ମହିଳାଙ୍କୁ ପଠାଇଥିବା ଜଣାପଡିଛି ।
ତେବେ ଏହି ଘଟଣାରେ ଓଡ଼ିଶା ପୋଲିସ୍ ସହ କଥା ହୋଇଛି ରାଜସ୍ଥାନ ପୋଲିସ୍ । ଚଳିତ ଅକ୍ଟୋବର ୧୫ରେ ହନିଟ୍ରାପ୍ ଲିଙ୍କ୍ ନେଇ ସିଆଇଡ଼ିକୁ ମିଳିଛି ବଡ଼ ସୂଚନା । ଓଡ଼ିଶାରୁ ଗିରଫ ଅଭିଯୁକ୍ତଙ୍କ ଟଙ୍କା ନେଣଦେଣ ପାଇଁ ହୋଇଥିବା ରିପୋର୍ଟ ମଧ୍ୟ ମିଳିଛି । ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏଜେନ୍ସିରୁ ୨୪ ହଜାର ଟ୍ରାଞ୍ଜାକ୍ସନ୍ ହୋଇଛି । ତେବେ ଏହା ଛଡ଼ା ବାକି ୧୪ ହଜାର ଟଙ୍କାର ଟ୍ରାଞ୍ଜାକ୍ସନ୍ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଜ । ତେବେ ପୂର୍ବରୁ ଆସିଥିବା ୩୮ହଜାର ଟଙ୍କାର ହିସାବ ମିଳିଛି । ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ ସେଣ୍ଟରରୁ ୨୪ହଜାର ଟଙ୍କା ୫ଜଣ ଅଭିଯୁକ୍ତଙ୍କୁ ଆସିଥିଲା । ବଳକା ଟଙ୍କା କେଉଁଠାରୁ ଆସିଛି ତାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ।