ଗହମ ରପ୍ତାନି କଟକଣା କୋହଳ କଲେ ସରକାର
ନୂଆଦିଲ୍ଲୀ : ଗହମ ରପ୍ତାନି ଉପରେ କଟକଣା କୋହଳ କରିଛନ୍ତି ସରକାର । ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମେ ୧୩ କିମ୍ବା ତା ପୂର୍ବରୁ କଷ୍ଟମ ବିଭାଗକୁ ଯାଞ୍ଚ୍ ପାଇଁ ହସ୍ତାନ୍ତର କରାଯାଇଥିବା ଗହମ ରପ୍ତାନି ପାଇଁ ଅନୁମତି ଦିଆଯିବ ।
ଭାରତ ତଥା ପଡୋଶୀ ଦେଶରେ ଖାଦ୍ୟ ନିରାପତ୍ତା ଦର୍ଶାଇ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ଶୁକ୍ରବାର ବିଳମ୍ବିତ ରାତିରେ ନିଷ୍ପତ୍ତି ନେଇଥିଲେ । ଚଳିତ ବର୍ଷ ସରକାରଙ୍କ ତରଫରୁ ଗହମ କିଣା ୧୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ରହିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ସରକାର ମାତ୍ର ୧୮ ନିୟୁତ ମେଟ୍ରିକ୍ ଟନ୍ ଗହମ କ୍ରୟ କରିଥିବାବେଳେ ୨୦୨୧-୨୨ ବର୍ଷରେ ୪୩ କୋଟି ମେଟ୍ରିକ୍ ଟନ୍ ଗହମ କ୍ରୟ କରାଯାଇଛି।