କାୟାକଳ୍ପ ଟିମର ନୀଳଗିରି ମେଡିକାଲ ପରିଦର୍ଶନ
ନୀଳଗିରି : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତ କାୟାକଳ୍ପ ଟିମର ୩ ଜଣିଆ ସଦସ୍ୟମାନେ ରବିବାର ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଛନ୍ତି । ଏହି କାୟାକଳ୍ପ ଟିମ ଚିକିତ୍ସାଳୟରେ ସ୍ବଛତା କାର୍ଯ୍ୟକ୍ରମ, ବର୍ଜ୍ୟବସ୍ତୁ ପରିଚାଳନା, ରୋଗୀସେବା ବ୍ଯବସ୍ଥା କିପରି ଚାଲିଛି ସେସବୁର ତଦାରଖ କରିଛନ୍ତି। ପରେ ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିଥିଲେ ।
ଏହି ପରିଦର୍ଶନ ସମୟରେ ବିଭିନ୍ନ କ୍ଷେତ୍ରରେ ତୃଟି ବିଚ୍ଯୁତି ସମ୍ପର୍କରେ ଦୃଷ୍ଟିଗୋଚର କରାଯାଇଥିଲା। ଯଥା ଶବ ବ୍ୟବଚ୍ଛେଦ ଗୃହର ଭଙ୍ଗା ଦଦରା ଟେବୁଲ, ଫ୍ରୀଜର ଅକାମୀ ଓ ଶବ ରହୁଥିବା ଗୃହରେ ଦୁର୍ଗନ୍ଧ ହେଉଥିବା ବେଳେ ଉକ୍ତ ଗୃହରେ ତାଲାର ଚାବିକାଠି ନଥିବା ନେଇ ଟିମକୁ ଅବଗତ କରାଯାଇଥିଲା। ସେଗୁଡିକର ସୁଧାର ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରିବାପାଇଁ ଉଚ୍ଚକର୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରିବା ବିଷୟ ରେ କହିଥିଲେ। ସେମାନଙ୍କ ସହିତ ଉପସ୍ଥିତ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ଫେରିଥିବା ଜଣାପଡିଛି। ଏହି ଟିମରେ ଟି.ବି.ଓଡିଶାର ଡା. ଅର୍ଦ୍ଧ୍ଯ ପ୍ରଧାନ, ୟୁନିସେଫ ପକ୍ଷରୁ ଦିପକ ବିଶ୍ବାଳ, ଏନ.ଏଚ୍.ଏସର କନସଲଟାଣ୍ଟ ସନ୍ତୋଷ ନାୟକ ସାମିଲ ଥିବା ବେଳେ ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦୁଲାଳସେନ ଜଗଦେବ, ନୀଳଗିରି ମେଡିକାଲର ଭାରାପ୍ରପ୍ତ ଏସ.ଡି.ଏମ.ଓ. ଡା. ସରୋଜିନୀ ପ୍ରଧାନ, ଡିପିଏମ ଅନୀଲ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଭାଗରେ ପରିଦର୍ଶନ କରାଇଥିଲେ।