ଓଡ଼ିଶାରେ ବାର୍ଷିକ ୩୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ ନିପ୍ପନ ଷ୍ଟିଲ
ଟୋକିଓ : ସମ୍ପ୍ରତି ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିପ୍ପନ ଇସ୍ପାତ କାରଖାନା ପରିଦର୍ଶନ କରିଛନ୍ତି । ନିପନ୍ ଷ୍ଟିଲ କର୍ପୋରେସନର ଆଇଡି ସେଣ୍ଟର ପରିଦର୍ଶନ କରିବା ସହ ଶିଳ୍ପାୟନ ଓ ପ୍ରଯୁକ୍ତି ସଂପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ମଧ୍ୟ ନିପନ୍ ଷ୍ଟିଲ୍ ବୁଲି ଦେଖିଛନ୍ତି ।
ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବରୁ ନିପନ୍ ଷ୍ଟିଲ୍ କର୍ପୋରେସନ୍ ଅଧ୍ୟକ୍ଷ ଇଜି ହାସିମୋଟାଙ୍କୁ ସାକ୍ଷାତ କରିଥିଲେ ।
ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରାଜ୍ୟରେ କମ୍ପାନୀ ବାର୍ଷିକ ୩୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଥିବା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ହାସିମୋଟା ଓ ତାଙ୍କ ଟିମକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ।
ସୂଚନା ଯେ, ଗତ ବୁଧବାର ମୁଖ୍ୟମନ୍ତ୍ରୀ ଟୋକିଓରେ ବିଜନେସ ମିଟକୁ ସମ୍ବୋଧନ କରିବା ସହ ଓଡିଶାରେ ପୁଞ୍ଜି ବିନିଯୋଗ ପାଇଁ ଜାପାନୀ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଥିଲେ । ଏଥିସହ ସେ ଜାପାନର ଶିଳ୍ପପତିଙ୍କ ସହ ୱ।ନ ଟୁ ୱ।ନ ଆଲୋଚନା କରିଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଜାପାନରୁ ୨୬ ହଜାର କୋଟି ଟଙ୍କାର ପ୍ରସ୍ତାବ ଆସିଛି ।