ବରିଷ୍ଠ ନାଗରିକଙ୍କୁ ସହାୟତା ଉଦ୍ଦେଶ୍ୟରେ ହେଲ୍ପଲାଇନ ନମ୍ବର ଜାରି କଲେ ପୋଲିସ କମିଶନର
ଭୁବନେଶ୍ୱର : ମହାମାରୀ କରୋନା ଲକଡାଉନ୍ ଓ ସଟଡାଉନ ସମୟରେ ଆଇନ ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦ୍ବୈତନଗରୀ (ଭୁବନେଶ୍ୱର ଓ କଟକ)ରେ ବରିଷ୍ଠ ନାଗରିକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଟ୍ୱିନସିଟି କମିଶନର ପୋଲିସ ବୁଧବାର ଏକ ହେଲ୍ପଲାଇନ ଜାରି କରିଛନ୍ତି ।
ପୋଲିସ କମିଶନର ସୌମନ୍ଦ୍ର କୁମାର ପ୍ରିୟଦର୍ଶୀ କହିଛନ୍ତି ଯେ ଏହି ହେଲ୍ପଲାଇନ ପୋଲିସକୁ ଦ୍ବୈତନଗରୀର ବରିଷ୍ଠ ନାଗରିକଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିବ । ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ହେଲ୍ପଲାଇନ ନମ୍ବର ହେଉଛି ୮୦୯୩୦୨୮୧୦୦। ପ୍ରାୟ ୨୫,୦୦୦ ବରିଷ୍ଠ ନାଗରିକ ନିଜକୁ ପୋଲିସ କମିଶନରେଟରେ ପଞ୍ଜୀକୃତ ଅଛନ୍ତି। ହେଲ୍ପଡେସ୍କ ପ୍ରତିଦିନ ସହରର ୭୦-୮୦ ବରିଷ୍ଠ ନାଗରିକଙ୍କ ସହ ସଂଯୋଗ କରିବ ଏବଂ ସେମାନଙ୍କ ସମସ୍ୟା ବାବଦରେ ଅବଗତ ହେବ ।