ଆନନ୍ଦମାର୍ଗ ପକ୍ଷରୁ ବିଭିନ୍ନ କଲେଜରେ ଯୋଗ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର : ଆନନ୍ଦମାର୍ଗ ପ୍ରଚାରକ ସଂଘ ପକ୍ଷରୁ ସୋର ୟୁଏନ କଲେଜ, ସୋର ମହିଳା ଯୁକ୍ତଦୁଇ ଓ ଯୁକ୍ତତିନି ମହିଳା କଲେଜ, ତଳନଗର ଜୁନିୟର କଲେଜ, ବସନ୍ତ ନିବାସ, କୃତୀବାସ ପ୍ରେସ ପ୍ରଭୃତି ସ୍ଥାନରେ ଗତ ତିନିଦିନ ଧରି ଚାଲଛି ଯୋଗ ପ୍ରଶିକ୍ଷଣ ଶିବିର ଓ ଆଲୋଚନାଚକ୍ର । ଆନନ୍ଦମାର୍ଗ ପ୍ରଚାରକ ସଂଘର ପ୍ରାନ୍ତୀୟ ପ୍ରଚାରକ ଆଚାର୍ଯ୍ୟ ଜପକୃଷ୍ଣାନନ୍ଦ ଅବଧୂତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ କଲେଜରେ ଏହି ଶିବିର ଆୟୋଜିତ ହୋଇଥିଲା ।
ୟୁଏନ କଲେଜର ଅଧ୍ୟକ୍ଷ ଡ. ସତ୍ୟବ୍ରତ ଦାସ, ବରିଷ୍ଠ ଅଧ୍ୟାପକ ଦୟାନିଧି ସିଟ, ଡ. ଦିଲୀପ କୁମାର ପଣ୍ଡା, ସୋର ମହିଳା ଡିଗ୍ରୀ କଲେଜର ଅଧ୍ୟକ୍ଷ ବୃନ୍ଦାବନ ରାଉଳ, ସୋର ମହିଳା ଜୁନିୟର କଲେଜ ଅଧ୍ୟକ୍ଷ ରଂଜନ କୁମାର ମହାନ୍ତି, ଅଧ୍ୟାପିକା ଅଞ୍ଜଳି ମହାପାତ୍ର, ମିତ୍ରା ମହାପାତ୍ର, ମୀନତିବାଳା ରାଉଳ, ସୌଭାଗ୍ୟଲକ୍ଷ୍ମୀ ମହାପାତ୍ର, ତଳନଗର ଜୁନିୟର କଲେଜ ଅଧ୍ୟକ୍ଷ ଅଶୋକ କୁମାର ରାଉତ, ଅଧ୍ୟାପକ ମାନସ ରଂଜନ ଦାସ, ଭରତ କୁମାର ରାଉତ, ସନ୍ତୋଷ କୁମାର ପୋଥାଳ ଏବଂ ସପ୍ତର୍ଷି ଜୁନିୟର କଲେଜ ଅଧ୍ୟାପ ରାମଚନ୍ଦ୍ର ଉପାଧ୍ୟାୟ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ପ୍ରଶିକ୍ଷଣ ଶିବିର ଓ ଆଲୋଚନାଚକ୍ର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପ୍ରଚାରକ ସଂଘର ମହିଳା ବିଭାଗ ବ୍ରହ୍ମଚାରିଣୀ ସୁଚେତା ଆଚାର୍ଯ୍ୟା ଛାତ୍ରୀମାନଙ୍କୁ ଆସନ, ଧ୍ୟାନ, କୌସିକ ନୃତ୍ୟ, ପ୍ରାଣାୟମ ପ୍ରଭୃତି ପ୍ରଶିକ୍ଷଣ ଦେଇଥିଲେ । ପର୍ଯ୍ୟାୟ କ୍ରମେ ଏହିଭଳି ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ ଜାରି ରହିଥିବା ବେଳେ ଆସନ୍ତା ଜାନୁଆରୀ ମାସରେ ପୁଣିଥରେ ଏକାଧିକ କଲେଜରେ ଛାତ୍ରଛାତ୍ରୀଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସଂଘର ବରିଷ୍ଠ ସଦସ୍ୟ ଡ. ଭାସ୍କର ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି ।