ରାଣୀପଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ସହର ରାଣୀପଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନ ୮ଟା ସମୟରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ହାତରେ ଧଳା ବାଡ଼ି ଧରି ସହର ପରିକ୍ରମା କରିଥିଲେ । ଉକ୍ତ ରାଲିକୁ ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ଓ ଅନୁଷ୍ଠାନର ଉପଦେଷ୍ଟା ତଥା ରୋଟାରିୟାନ ସୁବ୍ରତ କର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଧଳା ବାଡ଼ି ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତେ ଶିକ୍ଷୟତ୍ରୀଶିକ୍ଷକ, ଅନ୍ୟାନ୍ୟ କର୍ମଚାରୀ ଓ ବାଲେଶ୍ୱର ପୋଲିସ ବାହିନୀଙ୍କ ସହଯୋଗରେ ରାଲିଟି ସଫଳତାର ସହିତ ସହର ପରିକ୍ରମା କରିଥିଲା ।
ପରେ ବିଦ୍ୟାଳୟ ପରିସରରେ ଏଥିନିମନ୍ତେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ନିର୍ଦ୍ଦେଶକ ଶ୍ରୀ ସଙ୍କ ସଭାପତିରେ ଆୟୋଜିତ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ । ଶିକ୍ଷକ ନବୀନ କୁମାର ବେହେରା, ସୁନୀଲ କୁମାର ବିଶ୍ୱାଳ, ଚନ୍ଦ୍ରଜିତ ନାୟକ, ଜଗତଦିତ କୁମାର ପତି, ଲଷ୍ମୀଧର ପଣ୍ଡା, ପ୍ୟାରୀମୋହନ ଭୂୟାଁ, ବିତେଦ୍ର ଦାସ, ଦୀପକ ବେହେରା, ପବିତ୍ର ମୋହନା ପଣ୍ଡା, ଅଭିରାମ ସାବତ, ଗୌରାଙ୍ଗ ପାତ୍ର, ମୋନଜ କୁମାର ପଲାଇ, ଚିନ୍ମୟ ରଞ୍ଜନ ଜେନା, ଜଗବନ୍ଧୁ ବେହେରା, ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ, ଜ୍ୟୋତ୍ରୀମୟୀ ଦାସ, ବାସନ୍ତୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଶିକ୍ଷୟିତ୍ରୀଶିକ୍ଷକମାନେ ନିଜସ୍ୱ ଢଙ୍ଗରେ ଧଳା ବାଡ଼ି ଦିବସ ପାଳନ ଉଦ୍ଦେଶ୍ୟରେ ବିଭିନ୍ନ ଉପାଦେୟ କଥାମାନ କହିଥିଲେ । ଶେଷରେ ସଭାପତି ଶ୍ରୀ ସ ଧଳା ବାଡ଼ି ଦୃଷ୍ଟିବାଧିତଙ୍କ ଜୀବନ ସାଥି କହିବା ସହିତ ଏହାର ବ୍ୟବହାର ବିଷୟରେ ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଶେଷରେ ସଭାକାର୍ଯ୍ୟ ଶେଷ ହୋଇଥିଲା ।