ସାମ୍ବାଦିକମାନଙ୍କ ପାଇଁ କର୍ମଶାଳା
କୋଣାର୍କ : ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଅଧିନସ୍ଥ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡ ଦ୍ବାରା କାର୍ଯ୍ୟକାରୀ ସାମ୍ବାଦିକ ମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୋଣାର୍କ, ନିମାପଡ଼ା,ଗୋପ, କାକଟପୁର, ପୁରୀ ଆଜି ବହୁ ସାମ୍ବାଦିକ ସଂଘର ସାମ୍ବାଦିକମାନେ ଉପସ୍ଥିତ ଥିଲେ। ଏହି କର୍ମଶାଳାର ଉଦ୍ଦେଶ୍ୟ ସାମ୍ବାଦିକମାନଙ୍କୁ କାର୍ଯ୍ୟକାରୀ ସାମ୍ବାଦିକ ବେତନ ଆୟୋଗ ବିଷୟରେ ଆଲୋଚନା ତଥା ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ ଶ୍ରମିକ ବିଧାନରେ ସାମ୍ବାଦିକମାନଙ୍କ ପାଇଁ ଥିବା ବ୍ୟବସ୍ଥା ବିଷୟରେ ମତ ବିନିମୟ କରିବା। ଆଞ୍ଚଳିକ ନିର୍ଦ୍ଦେଶକା ଶ୍ରୀମତୀ ସସ୍ମିତା ଭଟ୍ଟ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ମୁଳଦୂଆ ହେଉଛନ୍ତି ଗ୍ରାମାଞ୍ଚଳରେ ଥିବା ସାମ୍ବାଦିକ ଓ ସେମାନଙ୍କର ଭୁମିକା ଉଭୟ ସମାଲୋଚନା ଓ ସହଭାଗିତା ସରକାରଙ୍କ ଯୋଜନାକୁ ସମୃଦ୍ଧ କରିଥାଏ।
ଶିକ୍ଷାଧିକାରୀ ପ୍ରକାଶ ମିଶ୍ର ପ୍ରାରମ୍ଭରେ କାର୍ଯ୍ୟକାରୀ ସାମ୍ବାଦିକ ବେତନ ଆୟୋଗ ତଥା ଏହାର କାର୍ଯ୍ଯାନୂୟାନ ଉପରେ ଆଲୋକପାତ କରିଥିଲେ। ସରକାରଙ୍କ ଦ୍ବାରା ନୂଆ କରି ହେବାକୁ ଥିବା ଶ୍ରମ ବିଭିନ୍ନ କଲ୍ୟାଣ କାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ। ବରିଷ୍ଠ ସାମ୍ବାଦିକମାନେ ନିଜ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ଶିକ୍ଷାଧିକାରୀ ଶ୍ରୀ ବସନ୍ତ କୁମାର ପାତ୍ର କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ। ପୁରୀ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ ଶ୍ରୀ ନକୁଳ ଚରଣ ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରୀ ଜିଲ୍ଲାର ପାଖାପାଖି ୧୦୦ଜଣ ସାମ୍ବାଦିକ ଏହି କର୍ମଶାଳାରେ ଯୋଗ ଦେଇଥିଲେ। ଶ୍ରମିକ ଶିକ୍ଷା ବୋର୍ଡ ଏହି କାର୍ଯ୍ୟକ୍ରମକୁ ନେଇ ଏକ ସ୍ବତନ୍ତ୍ର ରିପୋର୍ଟ ଭାରତ ସରକାରଙ୍କୁ ପ୍ରଦାନ କରିବେ।