ବାଲେଶ୍ୱର : ବାସନ୍ଦ ଭୟରେ ଗାଁ ଛାଡିଲେ ମହିଳା ଓ ପରିବାର
ବାଲେଶ୍ୱର : ବରହମପୁର ଥାନା ରେ ଅଭିଯୋଗ ପରେ ନ୍ୟାୟ ଦେବାରେ ବିଫଳ ଯୋଗୁଁ ସ୍ୱାମୀ, ସ୍ତ୍ରୀ ଓ ତିନି ପିଲା ଗାଁରୁ ବାସନ୍ଦ ଓ ମାଡ ଧମକ ପରେ ଲୁଚି ପଳାଇ ଆସିଲେ ପରିବାର । ପରବର୍ତୀ ମୁହୂର୍ତ୍ତରେ ଖାଇବାକୁ ନପାଇ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିଯୋଗ କାରିଣୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳରେ।
ସୂଚନା ଯେ, ବରମପୁର ଥାନା ପିଠାହତା ପଞ୍ଚାୟତ ଅଧିନ ଝରଣଘାଟି ଗ୍ରାମର ରାଜୁ ବିନ୍ଧାଣି ( ୩୫ ) ବାହାରକୁ କାମ କରିବା ପାଇଁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଛବି ବିନ୍ଧାଣି ( ୩୦ ) ଓ ତାଙ୍କର ତିନୋଟି ପିଲାଙ୍କ ସହିତ ଘରେ ରହୁଥିବା ବେଳେ ସ୍ୱାମୀଙ୍କ ଅନୁପସ୍ଥିତରେ ସେହି ଗ୍ରାମର ଭୀଲୁ ବଗାଳ ଓ ତାଙ୍କ ପରିବାର ଲୋକେ ଚରିତ୍ରକୁ ସନ୍ଦେହ କରି ଗାଳିଗୁଲଜ କରିଥିଲେ । ଏପରିକି ନିଆଁ ପାଣି ବନ୍ଦ କରିବାର ଧମକ ଦେଇଥିଲେ । ଭୟରେ କୌଣସି ଅଘଟଣ ଘଟିବା ପୂର୍ବରୁ ଛବି ବିନ୍ଧାଣୀ ତାଙ୍କର ସ୍ବାମୀ ଓ ପିଲା ଛୁଆ ନେଇ ବରମପୁର ଥାନାରେ ଗତ ୧୧ ତାରିଖରେ ଅଭିଯୋଗ କରିଥିଲେ । ଭୀଲୁ ବଗାଳ ନାମରେ ଥାନାରେ ଅଭିଯୋଗ ହୋଇଥିବାର ଖବର ପାଇବାପରେ ଛବି ବିନ୍ଦାଣୀ ପରିବାର କୁ ନିଆଁ ପାଣି ବନ୍ଦ କରି ବାସନ୍ଦ ସହ ବିଭିନ୍ନ ପ୍ରକାରର ଧମକ ଦେଇଥିଲେ। ଅଭିଯୋଗର ୨ଦିନ ପର୍ଯ୍ୟନ୍ତ ନ୍ୟାୟ ନପାଇ ମାଡ଼ ଭୟରେ ଛୁଆ ପିଲାଙ୍କୁ ନେଇ ଘରପଛ ଦେଇ ଲୁଚି ପଳାଇ ଆସି ନୀଳଗିରିରେ ଥିଲେ । ଭୋକ ଓପାସରେ ରହି ଦୁର୍ବଳ ହୋଇଯିବାରୁ ଆଜି ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରେ ମହିଳା ଜଣକ ସତ୍ୟାସତ୍ୟ ସବୁ ବଖାଣି ତାଙ୍କୁ ନ୍ୟାୟ ଦରକାର ବୋଲି କହିଛନ୍ତି ଛବି। ଅନ୍ୟପଟେ କିନ୍ତୁ ପୋଲିସ ଏ ଘଟଣାକୁ ନେଇ ମୁହଁ ଖୋଲି ନାହିଁ। ଏଫେୟାର ହୋଇଥିବା ବେଳେ ଖବର ଲେଖିବା ପର୍ଯ୍ୟନ୍ତ କେସରୁଜୁ ହୋଇନାହିଁ ।