Skip to content
ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ସୁଦ୍ଧା ୧୬୧ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଓମିକ୍ରନର ମୁକାବିଲା କରିବା ପାଇଁ ଆମେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। ଯେଉଁ ଦେଶରେ ଅଧିକ ଓମିକ୍ରନ୍ ମାମଲା ରହିଛି ତାହାକୁ ରିସ୍କ ଦେଶ କାଟାଗୋରୀରେ ରଖାଯାଇଛି। ସବୁ ରାଜ୍ୟ ସରକାରଙ୍କ ସହ ମୁଁ ନିଜେ କଥା ହୋଇଛି। ସ୍ୱାସ୍ଥ୍ୟ ସଚିବ ରାଜ୍ୟ ସରକାରଙ୍କ ସହ ୩ଥର ଆଲୋଚନା କରି ସଚେତନ କରାଇଛନ୍ତି। ଭ୍ୟାକ୍ସିନ ନେଇଥିବା ଲୋକଙ୍କ ଉପରେ ଏହାର କିପରି ପ୍ରଭାବ ରହୁଛି ଆମେ ତାହା ଉପରେ ନଜର ରଖିଛୁ।
ମନସୁଖ ମଣ୍ଡଭୀୟ ଆହୁରି କହିଛନ୍ତି ଯେ, ସବୁ ରାଜ୍ୟ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ରହିଛି। ଆବଶ୍ୟକ ପଡ଼ିଲେ ଆମେ ବଫର ଷ୍ଟୋକର ଉପଯୋଗ କରିବୁ। ଦେଶରେ ଅମ୍ଳଜାନ କ୍ଷମତା ବଢ଼ାଯାଇଛି। ରାଜ୍ୟ ପାଖରେ ୪୮ ହଜାର ଭେଣ୍ଟିଲେଟର ପହଞ୍ଚାଇ ଦିଆଯାଇଛି। ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ୧୨ ରାଜ୍ୟରୁ ୧୬୧ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୪୨ଜଣ ରୋଗୀ ସୁସ୍ଥ ହୋଇଛନ୍ତି। କୌଣସି ଓମିକ୍ରନ୍ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ନଥିବା ଜଣାପଡ଼ିଛି।
Post Views: 2,279