ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ୱର : ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ । ପ୍ରସନ୍ନଙ୍କ ୫ଟି ଘରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୫ଟି ଭିଜିଲାନ୍ସ ଟିମ୍ ନିୟୋଜିତ ଅଛନ୍ତି । ତେବେ କଳ୍ପନା ଛକରେ ଥିବା ସରକାରୀ କ୍ବାର୍ଟର, ଡୁମୁଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ସନ୍ଥବିହାର ସ୍ଥିତ ଫର୍ଣ୍ଣିଚର ୱାର୍କସପ୍, ପାତ୍ରପଡା ସ୍ଥିତ ସାଉଥସିଟି ବାର୍, ଖୋର୍ଦ୍ଧା ନୂଆପଡା ସ୍ଥିତ ପୈତୃକ ଦୁଇ ମହଲା ବାସଭବନରେ ଚଢାଉ ଜାରି ରହିଛି । ଚଢାଉରେ ୫ଟି ଟିମ୍ର ୨ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।
ସୂଚନା ଯେ, ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ବହୁଚର୍ଚ୍ଚିତ ମନୀଷ ହତ୍ୟା ମାମଲାରେ କମିସନରେଟ ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ । ଅନେକ ଦିନ ହେବ ତଦନ୍ତ ଜାରୀ ରଖିଛି ପୋଲିସ୍ । ତେବେ ମନୀଷ ହତ୍ୟା ମାମଲାର ଖୋଳତାଡ ବେଳେ ସାମ୍ନାକୁ ଆସିଛି ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ କଳା କାରନାମା । ତଦନ୍ତର ଭାର ଯେତିକି ଆଗକୁ ଯାଉଛି ପ୍ରସନ୍ନ ବେହେରା ସେତିକି ଅଡ଼ୁଆର ପଡ଼ୁଛନ୍ତି । ବେଆଇନ୍ ଭାବେ ବାର ଚଳାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଆଜି ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ।