ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ନୂଆଗଡ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ଏକକାଳୀନ ୪ଟି ସ୍ଥାନରେ ଚଢାଉ ।
ନୂଆଗଡ ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ପାରଳାଖେମୁଣ୍ଡି ଗାନ୍ଧୀ ନଗର ସ୍ଥିତ ଭଡ଼ାଘରେ, ଗୋଷାଣୀ ବ୍ଲକ ହରିଶ୍ଚନ୍ଦ୍ରପୁର ସ୍ଥିତ ପୈତୃକ ବାସଭବନ ଏବଂ ଆନ୍ଧ୍ରପ୍ରଦେଶ ପୁରୁଣା ପାଟଣା ସ୍ଥିତ ନିଜ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।