୧୦୦ ବର୍ଷ ବୟସରେ ଭାଇସ ଆଡମିରାଲ ଏସଏଚ୍ ଶର୍ମାଙ୍କ ପରଲୋକ
ନୂଆଦିଲ୍ଲୀ : ଆଉ ନାହାନ୍ତି ପୂର୍ବତନ ଭାଇସ ଆଡମିରାଲ ଏସଏଚ୍ ଶର୍ମା ପିଭିଏସଏମ । ୧୦୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗତ ୧୦ ଦିନ ହେବ ଅସୁସ୍ଥ ଥିଲେ ଏସଏଚ ଶର୍ମା । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଆଖି ବୁଜିଛନ୍ତି ।
ମଙ୍ଗଳବାର ତାଙ୍କ ପାର୍ଥିବ ଶରୀରକୁ ନୀଳକଣ୍ଠ ସ୍ଥିତ ବାସଭବନକୁ ଅଣାଯିବ । ସେଠାରେ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିବେ । ଏହାପରେ ଆସନ୍ତାକାଲି (ବୁଧବାର) ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଆଡମିରାଲ ଶର୍ମା ମାତ୍ର ୧୩ ବର୍ଷ ବୟସରେ ଏଚ୍ଏମ୍ଏସ୍ ଡଫରିନର ଯୁବ କ୍ୟାଡେଟ ହେବାର ସୁଯୋଗ ପାଇଥିଲେ । ୧୯୬୫, ୧୯୭୧ ଓ ଦ୍ବିତୀୟ ବିଶ୍ବଯୁଦ୍ଧରେ ଅଶଂଗ୍ରହଣ କରିବାର ସୁଯୋଗ ପାଇଥିଲେ । ପାକିସ୍ତାନ ସହ ଭାରତର ଲଢେଇରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ।