ଜୁଲାଇରୁ ପିଲାଙ୍କୁ ଟିକା
- ୧୨ରୁ ୧୮ ବର୍ଷର ପିଲାଙ୍କ ଭ୍ୟାକ୍ସିନ୍ ପରୀକ୍ଷଣ ଆରମ୍ଭ
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପ ଥମିବାରେ ଲାଗିଛି । ଅନ୍ୟପଟେ ଦେଶରେ ଟିକାକରଣ ଅଭିଯାଜନ ଦ୍ରୁତ ବେଗରେ ଜାରି ରହିଛି । ଏହା ମଧ୍ୟରେ ଆସିଛି ଆଉ ଏକ ସୁଖଦ ଖବର । ମହାମାରୀ କରୋନା ସହ ମୁକାବିଲାରେ ଭାରତକୁ ଶୀଘ୍ର ମିଳିବାକୁ ଯାଉଛି ଆଉ ଏକ ଅସ୍ତ୍ର । ଜାୟଡସ୍ କ୍ୟାଡିଲା ଭ୍ୟାକ୍ସିନର ପରୀକ୍ଷଣ ପ୍ରାୟତଃ ସଂପୂର୍ଣ୍ଣ ହୋଇ ସାରିଛି । ଜୁଲାଇ ଶେେ ସୁଦ୍ଧା କିମ୍ବା ଅଗଷ୍ଟରେ ୧୨ରୁ ୧୮ବର୍ଷ ବର୍ଗର ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇପାରେ । ଏହାର ସୂଚନା ଦେଇଛନ୍ତି କୋଭିଡ୍ କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଡ. ଏନ୍କେ ଆରୋରା ।
ଟିକାକରଣ ନେଇ ରବିବାର ସୂଚନା ଦେଇ ଏନ୍କେ ସିଂହ କହିଛନ୍ତି, ଆଇସିଏମ୍ଆରର ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ତୃତୀୟ ଲହର ବିଳମ୍ବରରେ ଆସିବାର ସମ୍ଭାବନା ରହିଛି । ତେଣୁ ଆମ ପାଖରେ ଦେଶରେ ସବୁ ବର୍ଗଙ୍କ ଟିକାକରଣ ପାଇଁ ଛଅରୁ ଆଠ ମାସର ଓିଣ୍ଡୋ ଅବଧି ରହିଛି । ଆଗାମୀ ଦିନରେ ପ୍ରତ୍ୟେକ ଦିନ ଏକ କୋଟି ଲୋକଭ୍କ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କରୋନା ଭାଇରସ୍ର ନୂତନ ଭାରିଏଂଟ ବା ସ୍ୱରୂପ ଡେଲଟା ପ୍ଲସ୍ ଜୁନ୍ ୧୧ରେ ଚିହ୍ନଟ ହୋଇଥିଲା । ଦେଶରେ ୧୨ଟି ରାଜ୍ୟରେ ଡେଲଟା ପ୍ଲସର ଏପର୍ଯ୍ୟନ୍ତ ୫୧ ମାମଲା ଚିହ୍ନଟ ହୋଇ ସାରିଛି । ଏହି ଭାରିଏଂଟର ସର୍ବାଧିକ କେସ୍ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି ।