ଉତରପ୍ରଦେଶରେ ହାଇଆଲର୍ଟ ଜାରି
- ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଓ ଅନେକ ବିଜେପି ନେତା
ଲକ୍ଷ୍ନୌ : ଉତର ପ୍ରଦେଶ ଏଟିଏସ୍ ରାଜଧାନୀ ଲକ୍ଷ୍ନୌରେ ଆତଙ୍କବାଦୀ ସଂଗଠନ ଅଲକାଏଦାର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଧରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ, ସଂଗଠନ ସମ୍ପାଦକ ସୁନୀଲ ବଂଶଲଙ୍କ ସହିତ ଅନେକ ନେତା ଏମାନଙ୍କର ଟାର୍ଗେଟରେ ଥିଲେ । ଆଇବି, ଏଟିଏସ୍ ଏବଂ ଗୁଇନ୍ଦା ଟିମ୍ର ଲୋକମାନଙ୍କୁ ପଚରାଉଚୁରା କରୁଛି ।
ୟୁପି ଏଟିଏସ୍, ଏନ୍ଏସ୍ଜି କମାଣ୍ଡୋ ଏବଂ ଅନେକ ସଂଖ୍ୟାରେ ପୋଲିସ୍ ଫୋର୍ସ ଦୁବ୍ଗା, ଚୌକ ଏବଂ ମଲିହାବାଦ ଅଂଚଳକୁ ସିଲ୍ କରାଯାଇଛି । କୌଣସି ଲୋକଙ୍କୁ ଯିବାଆସିବା ପାଇଁ ଅନୁମତି ଦିଆଯାଉ ନାହିଁ । ଏଟିଏସ୍ ଆଇଜି ଜି.କେ. ଗୋସ୍ୱାମୀଙ୍କ ସହିତ ଅନ୍ୟ ପୋଲିସ୍ ଅଧିକାରୀ ସେଠାରେ ଉପସ୍ଥିତ ଅଛନ୍ତି । ଆଖପାଖର ଘରଗୁଡ଼ିକୁ ଖାଲି କରାଯାଇଛି । ଏଟିଏସ୍ର ସର୍ଚ୍ଚ ଅପରେସନ ଜାରି ରହିଛି । ଏଟିଏସ୍ ଯେଉଁ ସ୍ଥାନରୁ ଦୁଇ ଆତଙ୍କବାଦୀଙ୍କୁ ଧରିଥିଲା ସେଠାରୁ ପାଂଚଟି ଘର ଛାଡ଼ି ମୋହନଲାଲ ଗଂଜରେ ବିଜେପି ସାଂସଦ କୌଶଲ କିଶୋରଙ୍କ ଘର । ଡିଜିପି ମୁକୁଲ ଗୋୟଲ ଲକ୍ଷେ୍ମø ସହିତ ପୁରା ରାଜ୍ୟରେ ହାଇଆଲର୍ଟ କରିଛନ୍ତି । ରାଜଧାନୀ ସହିତ ସଂଯୋଗ ଆଖପାଖ ଅଂଚଳରେ ପୋଲିସ୍ ଯୋଗାଯୋଗ ରହିବା ସହିତ ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।