ବେକାରି ହାର ଚାରି ମାସର ସର୍ବୋଚ୍ଚ ସ୍ତରରେ ! ଡିସେମ୍ବର ୨୦୨୧ରେ ୭.୯୧% ରେକର୍ଡ : ସିଏମଆଇଇ
ନୂଆଦିଲ୍ଲୀ : ଦେଶରେ ବଢୁଛି ବେକାରିଙ୍କ ସଂଖ୍ୟା। ମହାମାରୀ ସମୟରେ ଦେଶରେ ବେକାରି ଦର ବୃଦ୍ଧି ପାଇବାରେ ଲାଗିଛି। କୋଭିଡ-୧୯ ମହାମାରୀ ଅନେକ ବ୍ୟବସାୟ ଏବଂ କମ୍ପାନୀ ଉପରେ ପ୍ରଭାବ ପକାଇ ପୃଥିବୀର ଅନେକ ଦେଶରେ ବେକାରି ହାର ବୃଦ୍ଧି ପାଇଲା। ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୧ ରେ ବେକାରୀ ହାର ବହୁତ ଅଧିକ ଥିଲା । ସେଣ୍ଟର ଫର ମନିଟରିଂ ଇଣ୍ଡିଆ ଇକୋନୋମି (ସିଏମଆଇଇ) ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ୨୦୨୧ ମସିହା ଡିସେମ୍ବରରେ ଦେଶରେ ବେକାରୀ ହାର ଚାରି ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ତଥ୍ୟ ଦର୍ଶାଉଛି ଯେ ଗତ ମାସରେ ବେକାରୀ ହାର ୭.୯୧ପ୍ରତିଶତ ରହିଥିଲା
ସିଏମଆଇଇ ରେକର୍ଡ କରିଛି ଯେ, ୨୦୨୧ରେ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ବେକାରି ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ସହରାଞ୍ଚଳର ବେକାରି ହାର ନଭେମ୍ବର ୨୦୨୧ ରେ ୮.୨୧ ପ୍ରତିଶତରୁ ଡିସେମ୍ବର ୨୦୨୧ ରେ ୯.୩ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଗ୍ରାମାଞ୍ଚଳର ବେକାରୀ ହାର ୬.୪୪ ପ୍ରତିଶତରୁ ୭.୨୮ ପ୍ରତିଶତକୁ ବୃଦ୍ଧି ପାଇଛି।
ସିଏମଆଇଇର ଅଫିସିଆଲ୍ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୧ ରେ ମୋଟ ବେକାରୀ ହାର ୭% ଥିବାବେଳେ ଡିସେମ୍ବର ୨୦୨୧ ରେ ଏହା ୭.୯% ଥିବାବେଳେ ଚାରି ମାସର ଉଚ୍ଚତାକୁ ଛୁଇଁଛି। କୋଭିଡ-୧୯ ମହାମାରୀର ପ୍ରଭାବ ହେତୁ ଏହା ସମ୍ଭବତ ହୋଇପାରେ। ଭାରତରେ ବେରୋଜଗାର ହାର ମେ ୨୦୨୧ରେ ସର୍ବାଧିକ ଥିଲା, କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରର ଶୀର୍ଷରେ ଯେତେବେଳେ ଏହି ହାର ୧୧.୮୪ ପ୍ରତିଶତ ଛୁଇଁଥିଲା। ଦ୍ୱିତୀୟ ଲହରର ଅନେକ ବ୍ୟବସାୟ ଉପରେ ଏକ ପ୍ରମୁଖ ପ୍ରଭାବ ପକାଇ ବେକାରିକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା ।