ଦୁଇ ବର୍ଷ ପରେ ଫେରିଲା ରଣଜୀ ଟ୍ରଫି ! ୧୦ରୁ ମୁକାବିଲା, ହୋଷ୍ଟ କରିବ ଓଡିଶା
କଟକ : ଦୁଇ ବର୍ଷ ବ୍ୟବଧାନ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫି । ଆସନ୍ତା ୧୦ତାରିଖରୁ ଆରମ୍ଭ ହେବ ରଣଜୀ ମୁକାବିଲା । ତେବେ ଆଇପିଏଲକୁ ଦୃଷ୍ଟିରେ ରଖି ଦୁଇଟି ପର୍ଯ୍ୟାୟରେ ଏହି ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବାକୁ ଯାଉଛି । ବଡ କଥା ହେଉଛି ପ୍ରାୟ ପାଂଚ ବର୍ଷ ପରେ ଓଡିଶାକୁ ରଣଜୀ ଟ୍ରଫି ହୋଷ୍ଟ କରିବା ପାଇଁ ସୁଯୋଗ ମଧ୍ୟ ମିଳିଛି । ସେପଟେ ଆସନ୍ତା ରଣଜୀ ଟୁର୍ଣ୍ଣାମେଂଟ ଓଡିଶା ପାଇଁ ସୁଯୋଗ ସହ ଚାଲେଞ୍ଜ ମଧ୍ୟ ରହିଛି ବୋଲି କହିଛନ୍ତି କୋଚ୍ ୱାସୀମ୍ ଜାଫର ।
ଚଳିତ ଥର ଆଇପିଏଲ୍ ପାଇଁ ରଣଜୀ ମୁକାବିଲା ଦୁଇଟି ପର୍ଯ୍ୟାୟରେ ଖେଳାଯିବ । ଆସନ୍ତା ୧୦ ତାରିଖରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ଆଇପିଏଲ ପରେ ମେ’ ମାସ ୩୦ତାରିଖରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭେନୁରେ ଖେଳାଯିବ ରଣଜୀ ମୁକାବିଲା । ତେବେ ବଡ଼ କଥା ହେଉଛି ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ଓଡ଼ିଶା କ୍ରିକେଟ ଆସୋସିଏସନକୁ ଏହି ଟୁର୍ଣ୍ଣାମେଂଟକୁ ହୋଷ୍ଟ କରିବା ପାଇଁ ସୁଯୋଗ ମିଳିଛି । ଓସିଏ ଏଲିଟ୍ ଗୃପ-ବି’ ର ସମସ୍ତ ମ୍ୟାଚଗୁଡ଼ିକୁ ପରିଚାଳନା କରିବ । ଏହି ଗୃପରେ ରହିଛି ବେଙ୍ଗଲ, ବରୋଦା, ହାଇଦ୍ରାବାଦ ଓ ଚଣ୍ଡିଗଡ ଟିମ୍ । ଏହି ଟୁର୍ଣ୍ଣାମେଂଟ ପାଇଁ ଓଡ଼ିଶାରେ ଦୁଇଟି ଭେନ୍ୟୁ କରାଯିବ । ବାରବାଟୀ ଷ୍ଟାଡିୟମ୍ ପ୍ରଥମ ଭେନ୍ୟୁ ଭାବେ ସ୍ଥିରିକୃତ ହୋଇଥିବା ବେଳେ ଭୁବନେଶ୍ୱର ସ୍ଥିତ “ବିକାଶ” କ୍ରିକେଟ ଗ୍ରାଉଣ୍ଡକୁ ଦ୍ୱିତୀୟ ଭେନୁ କରିବା ପାଇଁ ନିଷ୍ପତି ନେଇଛି ଓସିଏ । ଏଲିଟ୍ ଗୃପ-ବି’ ରେ ସାମିଲ ହୋଇଥିବା ଟିମଗୁଡ଼ିକ ଆସନ୍ତା ଚାରି ପାଂଚ ଦିନ ମଧ୍ୟରେ ଓଡ଼ିଶାରେ ପହଂଚିବେ ।
ଟିମ ଓ ତାଙ୍କ ସପୋର୍ଟ ଷ୍ଟାଫମାନଙ୍କ ପାଇଁ ଭୁବନେଶ୍ୱର ବିଭିନ୍ନ ହୋଟେଲରେ ବ୍ୟବସ୍ଥା କରିବାକୁ ଯାଉଛି ବିସିସିଆଇ । ସେପଟେ ଏକ ଲମ୍ବା ବ୍ୟବଧାନ ପରେ ଓଡ଼ିଶାକୁ ରଣଜୀ ଟ୍ରଫି ଟୁର୍ଣ୍ଣାମେଂଟକୁ ହୋଷ୍ଟ କରିବା ପାଇଁ ସୁଯୋଗ ଦେଇଥିବାରୁ ବିସିସିଆଇକୁ କୃତଜ୍ଞତା ଜ୍ଞାପନ କରିଛି ଓସିଏ । ଆସନ୍ତା ୬ ତାରିଖରେ ଓଡିଶା ଟିମ୍ ସିଲେକସନ ହେବ ବୋଲି ଓସିଏ ସମ୍ପାଦକ ସୂଚନା ଦେଇଛନ୍ତି । ଆଜି ୍ୱାର୍ୱାଟୀରେ ଓଡ଼ିଶାର ସମ୍ଭାବ୍ୟ ୨୮ଜଣିଆ ଟିମ୍, କୋଚ୍ ୱାସୀମ୍ ଜାଫରଙ୍କ ନେତୃତ୍ୱରେ ଜୋରଦାର ଅଭ୍ୟାସ କରିଛି । ରଣଜୀ ଟୁର୍ଣ୍ଣାମେଂଟରେ ଓଡ଼ିଶା ଦଳ ଏଲିଟ୍ -ଗୃପ ଡି’ ରେ ସ୍ଥାନ ପାଇଛି । ଏହି ଏଲିଟ୍ -ଗୃପ ଡି’ ରେ ଓଡ଼ିଶା ସମେତ ସୌରାଷ୍ଟ୍ର, ମୁମ୍ବାଇ ଓ ଗୋଆ ଭଳି ଶକ୍ତିଶାଳୀ ଦଳ ସାମିଲ ଅଛନ୍ତି । ଏହି ଗୃପ ପାଇଁ ଅହମଦାବାଦକୁ ଭେନ୍ୟୁ କରାଯାଇଛି । ଚଳିତ ଥର ଓଡିଶାକୁ ବାହାର ଭେନ୍ୟୁରେ କିଛି ମ୍ୟାଚ ଖେଳି୍ୱାକୁ ପଡିବ । ତେଣୁ ଓଡିଶା ପାଇଁ ଯେତିକି ସୁଯୋଗ ଅଛି,ସେତିକି ଆହ୍ୱାନ ମଧ୍ୟ ଅଛି ୍େୱାଲି କହିଛନ୍ତି କୋଚ ଜାଫର । ତେବେ ଚଳିତ ରଣଜୀ ସିଜିନରେ ମୋଟ ୩୮ଟି ଟିମ୍ ଭାଗ ନେଉଥିବା ବେଳେ ସେମାନଙ୍କୁ ୯ ଟି ଗୃପରେ ବିଭକ୍ତ କରାଯାଇଛି । ସେଥିମଧ୍ୟରୁ ୮ଟି ଟିମ୍ ଏଲିଟ୍ ଗୃପରେ ସାମିଲ ହୋଇଥିବା ବେଳେ ଗୋଟିଏ ଟିମ ପ୍ଲେଟରେ ସ୍ଥାନ ପାଇଛି । ଚଳିତ ରଣଜୀ ଟ୍ରଫିର ମୋଟ ୬୪ଟି ମ୍ୟାଚକୁ ୬୨ ଦିନରେ ଶେଷ କରିବା ପାଇଁ ଲକ୍ଷ ରଖିଛି ବିସିସିଆଇ ।