ବୃଦ୍ଧ କୁ ଛୁରାମାଡ଼ କରି ଦୁଇ ଭାଇ ଗିରଫ
ବୋରିଗୁମ୍ମା : ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବି ସିଂହପୁର ଥାନା ନୂଆଗୁଡା ଗ୍ରାମରେ ଜଣେ ୬୫ ବର୍ଷୀୟ ବୃଦ୍ଧ କୁ ଛୁରାମାଡ଼ କରି ଦୁଇ ଭାଇ ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛନ୍ତି।ଆହତ ବୃଦ୍ଧ ହେଲେ ନୂଆଗୁଡା ଗ୍ରାମର ଚିଙ୍ଗୁଡୁ ମୁଦୁଲି।ଦୁଇ ଅଭିଯୁକ୍ତ ହେଉଛନ୍ତି ସେହି ଗ୍ରାମର ଭଗବାନ ପାଇକ ଓ ଦୀନବନ୍ଧୁ ପାଇକ।ପୋଲିସ ସୂଚନା ଅନୁସାରେ ନୂଆଗୁଡା ଗ୍ରାମରେ ଚିଙ୍ଗୁଡୁ ମୁଦୁଲି(୬୫ ବର୍ଷ) ପ୍ରତିଦିନ ମଦ ପିଇ ଦୁଇ ଭାଇ ଭଗବାନ ଓ ଦୀନବନ୍ଧୁ ଙ୍କୁ ଗାଳିଗୁଲଜ କରିଆସୁଥିଲା।ଗତକାଲି ଦୁଇ ଭାଇ ଉତ୍ୟକ୍ତ ହୋଇ ବୃଦ୍ଧ ଚିଙ୍ଗୁଡୁ କୁ ଚାକୁ ରେ ଭୁସିଥିବା ଅଭିଯୋଗ ହୋଇଛି।ଆହତ ଚିଙ୍ଗୁଡୁ ମେଡ଼ିକାଲ ରେ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି।ଅଭିଯୋଗକାରୀ ଚିଙ୍ଗୁଡୁ ମୁଦୁଲି ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଏନେଇ ବି ସିଂହପୁର ଥାନାରେ ଏକ ମାମଲା କେସ ନମ୍ବର -୧୬୯ / ୨୨ ଦଫା ୩୦୭,୩୪୧,୨୨୩,୩୨୪,୩୪ ରୁଜୁ କରାଯାଇ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ସମ୍ବିତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।