ସୀମାରେ ବିଏସଏଫ୍ ଦ୍ୱାରା ଦୁଇ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଗିରଫ
କୋଲକତା : ପଶ୍ଚିମବବଙ୍ଗ ନଦିଆ ଜିଲ୍ଲାର ଭାରତ ବଙ୍ଗଳାଦେଶ ସୀମା ଉପରେ ମୃତୟନ ବିଏସଏଫ୍ ଜବାନ ମାନେ ଦୁଇ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛନ୍ତି । ମଙ୍ଗଳବାରଦିନ ବିଏସ ଏଫ୍ ଦ୍ୱାରା ଜାରି ହୋଇଥିବା ବୟାନରେ ଏହା ସମ୍ପର୍କରେ ସୂଚନା ଦିଆଯାଇଛି । କୁହାଯାଇଛି ଯେ ମଙ୍ଗଳବାର ବିଳମ୍ବିତ ରାତୀରେ ସୀମା କ୍ୟମ୍ପ ଚାରକୁଟୀବାଡୀ ଅଂଚଳରେ ବିଏସଏଫ୍ ଜବାନ ମାନେ ସୀମାରେ ସଂନ୍ଧୀଗ୍ଧ ଗତିବିଧିକୁ ଲକ୍ଷକରିଥିଲେ । ସେହି ଅଂଚଳକୁ ଘେରା ବନ୍ଦୀକରି ଦୁଇ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଧରା ପଡିଥିଲେ । ଏମାନଙ୍କ ମଧ୍ୟରେ ଅଛନ୍ତି ମୋହମ୍ମଦ ସିଫତ ଅଲ୍ଲୀ (୨୪ ବର୍ଷ ) ଓ ଅନ୍ୟ ଜଣେ ମୋହମ୍ମଦ ଶରିଫୁଲ (୨୬ ବର୍ଷ ) । ଏହି ଦୁଇ ଝମ ବଙ୍ଗଳାଦେଶର ରାଜଶାହୀ ଜିଲ୍ଲାରେ ରହୁଥିବାର ଜଣାପଡିଛି ।