ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ତାଲିମ କାର୍ଯ୍ୟକ୍ରମ
ବାଲେଶ୍ବର : ରେମୁଣା ବ୍ଲକ ଅଧିନସ୍ଥ କରଞ୍ଜିଆ ପଞ୍ଚାୟତ ସମ୍ମିଳନୀ ଗୃହ ଠାରେ ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା କମିଟି ର ସଦସ୍ୟ ମାନଙ୍କର ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ସରପଞ୍ଚ ମୁକୁନ୍ଦ ଭାରତୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ତାଲିମ ଶିବିରରେ ପୂର୍ବତନ ଶିଶୁ ମଙ୍ଗଳ କମିଟି ସଦସ୍ୟ fପ୍ରିୟରଞ୍ଜନ ମହାନ୍ତି ଗ୍ରାମର ପ୍ରତ୍ୟେକ ଶିଶୁ ସୁରକ୍ଷିତ ରହିବା ଓ ସମସ୍ତ ଅଧିକାର ପାଇବାରେ ଶିଶୁ ସୁରକ୍ଷା କମିଟି ର ଭୂମିକା ସମ୍ପର୍କ ରେ ଆଲୋଚନା କରିଥିଲେ. ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ, ଅଙ୍ଗନବାଡି କର୍ମୀ, ସ୍ୱୟଂ ସହୟିକା ଗୋଷ୍ଠୀ ସଦସ୍ୟା, ଆଶା କର୍ମୀ ଓ ଶିଶୁ ମାନେ ଅଂଶଗ୍ରହଣ କରିଥିଲେ.