ଗାଜିପୁର ଓ ସିଂଘୁ ବୋର୍ଡରରେ ଗମାନଗମନ ଆରମ୍ଭ
ନୂଆଦିଲ୍ଲୀ : ପାଖାପାଖି ୩୯୦ ଦିନ ପର୍ଯ୍ୟନ୍ତ ଚାଲିଥିବା ଆନ୍ଦୋଳନ ପରେ କୃଷକମାନେ ଘରକୁ ଫେରିଛନ୍ତି। ଫଳରେ ନ୍ୟାସନାଲ ହାଇୱେ ୨୪ରେ ଗାଜିପୁର ବୋର୍ଡର ଓ ନ୍ୟାସନାଲ ହାଇୱେ ୪୪ରେ ସିଂଘୁ ବୋର୍ଡର ଖାଲି ହୋଇଯାଇଛି। ଆଉ ଏହି ରାସ୍ତାରେ ଗମନାଗମନ ମଧ୍ୟ ଆରମ୍ଭ ହୋଇଯାଇଛି।
ସିଂଘୁ ବୋର୍ଡରରୁ କୃଷକଙ୍କ ଗ୍ରୁପ ଓ ତମ୍ବୁକୁ ହଟାଇ ଦିଆଯାଇଛି। ୩ ଲେନରେ ଗାଡ଼ିମୋଟର ଯା’ଆସ ମଧ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ପ୍ରାରମ୍ଭରେ କେବଳ ଛୋଟ ବାହନକୁ ଅନୁମତି ମିଳିଛି ଆଉ ରାସ୍ତା ମରାମତି ପରେ ବଡ଼ ଗାଡ଼ି ଯା’ଆସ କରିବ। ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଦୋକାନ ମଧ୍ୟ ଏବେ ଖୋଲିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି।