ଉଦଯାପିତ ହେଲା ଟୋକିଓ ପାରାଲିମ୍ପିକ୍ସ : ତ୍ରିରଙ୍ଗା ଧରିଲେ ଗୋଲ୍ଡେନ ଗାର୍ଲ ଅବନୀ ଲେଖରା
ଟୋକିଓ : ସମାପନ ହେଲା ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସ । ଉଦଯାପନୀ ସମାରୋହରେ ଭାରତ ପକ୍ଷରୁ ଜାତୀୟ ପତାକା ବହନ କରିଛନ୍ତି ଅବନି ଲେଖରା । ଟୋକିଓ ପାରା ଅଲିମ୍ପିକ୍ସ ଭାରତ ପାଇଁ ସବୁଠୁ ସଫଳ ସାବ୍ୟସ୍ତ ହୋଇଛି । ଅବନୀ ଏସଏଚ୧ କାଟାଗୋରୀର ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ପଦକ ଓ ୫୦ ମିଟର ରାଇଫଲ ଥ୍ରୀ ପଜିସନରେ କାଂସ୍ୟ ପଦକ ଜିତିଛନ୍ତି । ୧୯ ବର୍ଷୀୟ ଏହି ସୁଟର ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ସହ ଦୁଇଟି ପଦକ ଜିତିଛନ୍ତି । ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୯ ପଦକ ଜିତିବାରେ ସଫଳ ହୋଇଛି । ଅବନୀଙ୍କ ବ୍ୟତୀତ ସିଂହରାଜ ଟୋକିଓ ପାରା ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି । ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ଏବଂ ୫୦ ମିଟର ଏୟାର ପିସ୍ତଲରେ ରୌପ୍ୟ ପଦକ ଜିତିଛନ୍ତି । ପ୍ରଥମ ଥର ପାରା ଅଲିମ୍ପିକ୍ସରେ ସାମିଲ୍ ବ୍ୟାଡମିଂଟନରେ ଓଡିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ।
#WATCH | Japan: 19-year-old shooter Avani Lekhara, who won gold & bronze medals at the Tokyo Paralympics, led the Indian contingent during the closing ceremony of the Games
— ANI (@ANI) September 5, 2021
(Video courtesy: Paralympic Committee of India President Deepa Malik's Twitter account) pic.twitter.com/cIRqzeilzf
୧୩ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ ରେକର୍ଡ ୪୪୦୫ ଜଣ ଆଥଲେଟ୍ ଭାଗ ନେଇଥିଲେ। ଏହି କ୍ରମରେ ଭାରତ ୫୪ କ୍ରୀଡ଼ାବିତଙ୍କୁ ଟୋକିଓ ପଠାଇଥିଲା। ଭାରତୀୟ ପାରା ଆଥଲେଟ୍ ମଧ୍ୟ ନିରାଶ କରି ରେକର୍ଡ ୧୯ ପଦକ ଜିତିଛନ୍ତି। ୨୦୧୮ ଗ୍ରୀଷ୍ମକାଳୀନ ୟୁଥ୍ ଅଲିମ୍ପିକ୍ସରେ ଭାରତ ୧୩ ପଦକ ଜିତିଥିଲା। ଗତ ପାରାଲିମ୍ପିକ୍ସ ତୁଳନାରେ ଭାରତ ଏଥର ଅଧିକ ୧୫ ପଦକ ଜିତି ତାଲିକାର ୨୫ତମ ସ୍ଥାନରେ ଅଭିଯାନ ଶେଷ କରିଛି। ଭାରତ ଖାତାରେ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ ବ୍ରୋଞ୍ଜ ରହିଛି। ୧୯୬୮ରୁ ୨୦୧୬ ପର୍ଯ୍ୟନ୍ତ ଆୟୋଜିତ ପାରାଲିମ୍ପିକ୍ସରେ ଭାରତ ମୋଟ ୧୨ ପଦକ ଜିତିଥିଲା। କିନ୍ତୁ ଏଥର ଭାରତ ସବୁ ରେକର୍ଡକୁ ପଛରେ ପକାଇ ଦେଇଛି। ଟେବୁଲ୍ ଟେନିସରେ ଭାରତ ପାଇଁ ପଦକର ଖାତା ଖୋଲିଥିଲେ ଭାବିନାବେନ୍ ପଟେଲ। ସେ ରୌପ୍ୟ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ବ୍ୟାଡମିଣ୍ଟନରେ ଭାରତ ଦୁଇଟି ପଦକ ଜିତି ଟୋକିଓ ଯାତ୍ରା ଶେଷ କରିଛି। ରବିବାର ଶେଷ ଦିନରେ କ୍ରିଷ୍ଣା ନାଗର ପୁରୁଷ ସିଙ୍ଗଲ୍ସ ଏସଏଚ୍-୬ ବର୍ଗରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏସଏଲ୍-୪ ବର୍ଗରେ ଆଇଏଏସ୍ ଅଫିସର୍ ସୁହାସ ୟଥିରାଜ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଗେମ୍ସରେ ଭାରତର ଦୁଇ ପାରାଆଥଲେଟ୍ ଡବଲ୍ ମେଡାଲ ମଧ୍ୟ ଜିତିଛନ୍ତି। ଅବନୀଙ୍କ ବ୍ୟତୀତ ସିଂହରାଜ ଶୁଟିଂରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି।