ଟୋକିଓ ଅଲିମ୍ପିକ୍ସ : ସେମିରେ ହାରିଲା ଭାରତ ପୁରୁଷ ହକି ଦଳ
- ଭାରତକୁ ଝଟକା, ଫାଇନାଲରେ ବେଲଜିୟମ୍
ଟୋକିଓ : ଟୋକିଓ ଅଲିମ୍ପିକ୍ସର ମଙ୍ଗଳବାର ଦ୍ୱାଦଶ ଦିନରେ ଭାରତକୁ ଲାଗିଛି ଝଟକା । ୪୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ପୁରୁଷ ହକି ଦଳ । ସେମି ଫାଇନାଲ ମୁକାବିଲାରେ କଡ୍ଡା ଟକ୍କର ସତ୍ତ୍ୱେ ବେଲଜିୟମଠୁ ୫-୨ ହାରିଲା ଭାରତୀୟ ପୁରୁଷ ହକି ଦଳ । ଏବେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ବିଶ୍ୱ ଚମ୍ପିଆନ୍ ବେଲଜିୟମ୍ ଦଳ ଭାରତକୁ ମାତ୍ ଦେଇ ଟୋକିଓ ଅଲିମ୍ପିକ୍ସର ଫାଇନାଲକୁ ପ୍ରେବଶ କରିଛି ।
ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଦଳର ପରାଜୟ ପରେ ମଧ୍ୟ ଭାରତୀୟ ଦଳର ମନୋବଳକୁ ବଢାଇଛନ୍ତି । ହାର ଜିତର କୌଣସି ମୂଲ୍ୟ ନାହିଁ । ସେହିପରି ଶୁଭକାମନା ଜଣାଇବା ସହ ଆଗାମୀ ମ୍ୟାଚ ପାଇଁ ନିଜର ଚେଷ୍ଟା ଜାରି ରଖିବାକୁ କହିଛନ୍ତି ।