ଆଜି ଜି-୭ ବୈଠକ : ତାଲିବାନ ବିରୋଧରେ ଏକାଠି ହେବେ ବିଶ୍ୱର ୭ ଶକ୍ତିଶାଳୀ ରାଷ୍ଟ୍ର
ନୂଆଦିଲ୍ଲୀ : ଆଫଗାନିସ୍ତାନ ଦାଖଲ ପରେ ତାଲିବାନୀ ଆତଙ୍କ ଜାରି ରହିଛି । ସେଠାକାର ନାଗରିକ ତଥା ସମଗ୍ର ବିଶ୍ୱରେ ଭୟର ବାତାବରଣ ରହିଛି । ଏହି ସମସ୍ୟାର ସମାଧାନ ନେଇ ଚିନ୍ତାରେ ସାରା ବିଶ୍ୱ । ସେଠାରେ ଥିବା ମହିଳା ଏବଂ ଶିଶୁଙ୍କ ଭବିଷ୍ୟତକୁ ନେଇ ବିଶ୍ୱ ଭୟଭୀତ ଅଛି । ଏହାରି ଭିତରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଫଗାନିସ୍ତାନ ସଙ୍କଟ ବିରୋଧରେ ଜି-୭ ବୈଠକ ନେଇ ଘୋଷଣା କରିଛନ୍ତି । ଏନେଇ ମଙ୍ଗଳବାର ଏକ ଜରୁରୀ ବୈଠକ ଡାକି ତୁରନ୍ତ ଆଲୋଚନା ପାଇଁ ସେ ଟ୍ୱିଟରରେ କହିଥିଲେ ।
ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦନ କରାଯିବ କି ନାହିଁ ସେନେଇ ନିଆଯିବ ବଡ ନିଷ୍ପତ୍ତି । ଆଜି ତାଲିବାନି ବିରୋଧରେ ଏକାଠି ହେବେ ବିଶ୍ୱର ୭ ଦେଶ । ଜରୁରୀ ବୈଠକ ଡକାଯାଇଛି । କୁହାଯାଉଛି ଯେ ଆମେରିକାର ରାଷ୍ଟ୍ରପତି ଜୋ-ବିଡେନ ଜି -୭ ଦେଶର ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକରେ ସାମିଲ ହେବେ । ଏହି ବୈଠକରେ ତାଲିବାନ ବିଷୟରେ ଆଲୋଚନା ହେବାର ଆଶା କରାଯାଉଛି । ତାଲିବାନ ଦୁନିଆରେ ବିଚ୍ଛିନ୍ନ ହେବ ନା ଏହା ମାନ୍ୟତା ପାଇବ ସେନେଇ ଏକ ଆଲୋଚନା ହୋଇପାରେ । ଅଗଷ୍ଟ ୩୧ପରେ ମଧ୍ୟ ଆଫଗାନିସ୍ତାନରେ ରହିବାକୁ ଆମେରିକାର ନାଟୋ ଦେଶଗୁଡିକର ବାହିନୀ ବିଷୟରେ ଆଲୋଚନା ହୋଇପାରେ । ଏଥି ସହିତ ତାଲିବାନ ଚେତାବନୀ ଦେଇଛି ଯେ ଯଦି ନିର୍ଦ୍ଦିଷ୍ଟ ସମୟସୀମା ପରେ ମଧ୍ୟ ଆମେରିକା ଏବଂ ବ୍ରିଟେନ ଆଫଗାନିସ୍ତାନରେ ନିଜର ସୈନ୍ୟ ନ ହଟାନ୍ତି । ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ ।