ବିଶ୍ୱରେ ଆଉ ୩ଲକ୍ଷ୨୩ ସଂକ୍ରମିତ ଓ ୫,୮୫୬ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୪୨ଲକ୍ଷ ୧୨ହଜାର ୨୫୬ ଓ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୮୬ହଜାର ୭୪୩କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୨୩ ଜଣ ସଂକ୍ରମିତ ହୋଇଥିବାବେଳେ ୫ହଜାର ୮୫୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୪୫ଲକ୍ଷ ୪୬ହଜାର ୧୦୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୯୩ହଜାର ୩୫ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୮୮ଲକ୍ଷ ୯୩ହଜାର ୨୨ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୬ଲକ୍ଷ ୬୦ହଜାର ୪୪ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୫ଲକ୍ଷ ୯୨ହଜାର ୭୬ ସଂକ୍ରମିତ ଓ ୬ଲକ୍ଷ ୨୧ହଜାର ୨୯୩ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୭ଲକ୍ଷ ୬୯ହଜାର ୮୦୮ ସଂକ୍ରମିତ ଓ ୫ଲକ୍ଷ ୨୪ ହଜାର ୪୭୫ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୮୬ ହଜାର ୨୦୩ ସଂକ୍ରମିତ, ଓ ୧ ଲକ୍ଷ ୧୧ ହଜାର ୧୬୧ ମୃତ, ଋଷିଆରେ ୫୬ ଲକ୍ଷ ୧୦ ହଜାର ୯୪୧ ସଂକ୍ରମିତ ଓ ୧ଲକ୍ଷ ୩୭ ହଜାର ୯୨୫ ମୃତ, ତୁର୍କୀରେ ୫୪ ଲକ୍ଷ ୪୪ ହଜାର ୭୮୬ ସଂକ୍ରମିତ ଓ ୪୯ ହଜାର ୯୨୪ ମୃତ, ୟୁକେରେ ୪୯ ଲକ୍ଷ ୩ ହଜାର ୪୩୪ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୨୨୨ ମୃତ, ଆର୍ଜେଣ୍ଟିନାରେ ୪୫ ଲକ୍ଷ ୩୫ ହଜାର ୪୭୩ ସଂକ୍ରମିତ ଓ ୯୫ ହଜାର ୯୦୪ମୃତ, କଲୋମ୍ବିଆରେ ୪୩ ଲକ୍ଷ ୫୦ ହଜାର ୪୯୫ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୮୯୬ମୃତ, ଇଟାଲିରେ ୪୨ ଲକ୍ଷ ୬୩ ହଜାର ୩୧୭ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୬୪୯ମୃତ, ସ୍ପେନରେ ୩୮ ଲକ୍ଷ ୩୩ ହଜାର ୮୬୮ ସଂକ୍ରମିତ ଓ ୮୦ ହଜାର ୯୧୧ ମୃତ ରହିଛନ୍ତି ।