ଆଜି ରାଜ୍ୟ କ୍ୟାବିନେଟ୍, ୧୦ ପ୍ରସ୍ତାବ ଉପରେ ଲାଗିବ ମୋହର !
ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ । ଆଜିର ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ । ବୈଠକରେ ପ୍ରାୟ ୧୦ ପ୍ରସ୍ତାବ ଉପରେ ମୋହର ଲାଗିପାରେ । ତେବେ କେଉଁ କେଉଁ ପ୍ରସ୍ତାବ । ସେନେଇ ସବିଶେଷ ସୂଚନା ମିଳିନାହିଁ ।
ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ଆଇନ ବିଭାଗ ସମ୍ବନ୍ଧୀୟ କିଛି ପ୍ରସ୍ତାବ କ୍ୟାବିନେଟରେ ଆଲୋଚନା ହୋଇଥିଲା । ଠିକ ଏହାର ମାସକ ପୂର୍ବରୁ ରାଜ୍ୟ କ୍ୟାବିନେଟ ବୈଠକରେ ୧୭ପ୍ରସ୍ତାବରେ ବାଜିଥିଲା ମୋହର। ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଂଜୁରୀ ମିଳିଥିଲା । ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ, ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଂଜୁରୀ ମିଳିଥିଲା ।