ଆଜି ଜଭାଗଲ ଶ୍ରୀନଥଙ୍କ ଜନ୍ମଦିନ
ନୂଆଦିଲ୍ଲୀ : ଆଜି ମହୀଶୂର ଏକ୍ସପ୍ରେସ ନାମରେ ଫେମସ୍ ଜଭାଗଲ ଶ୍ରୀନଥଙ୍କ ଜନ୍ମଦିନ । ସେ ୩୧ ଅଗଷ୍ଟ ୧୯୬୯ରେ କର୍ଣ୍ଣାଟକର ମହୀଶୂର ଜିଲାରେ ଜନ୍ମଗ୍ରହଣ କରିଥିଲେ। ଏନେଇ ବହୁ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀନଥ ସବୁଠୁ ଅଧିକ ବିଶ୍ବକପ ଖେଳିଥିବା ଭାରତୀୟ ବୋଲର ଭାବେ ମଧ୍ୟ ରେକର୍ଡ କରିଛନ୍ତି । ସେ ପ୍ରଥମେ ଇନଷ୍ଟ୍ରୁମେଣ୍ଟ ଇଞ୍ଜିନିୟରିଂରେ ଡିଗ୍ରି କରିବା ପରେ କ୍ରିକେଟ ମୈଦାନରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଶ୍ରୀନଥ ନିଜ କ୍ୟାରିୟରରେ ସବୁଠୁ ଅଧିକ ବିଶ୍ବକପ୍ ଖେଳିଥିବା ଭରୀତୀୟ ବୋଲର । ସେ ୧୯୯୨,୧୯୯୬, ୧୯୯୯ ଏବଂ ୨୦୦୩ରେ ୫୦-୫୦ ଓ୍ବାର୍ଲଡ୍ କପ୍ ଟିମ୍ରେ ଖେଳିଥିଲେ । ବିଶ୍ବକପ୍ରେ ଶ୍ରୀନଥ ମୋଟ ୩୪ଟି ମ୍ୟାଚ୍ ଖେଳିଥିଲେ। ତାଙ୍କ ଆଗରେ ସଚିନ ତେନ୍ଦୁଲକର ରହିଛନ୍ତି। ଯିଏକି ଭାରତ ପାଇଁ ୪୫ଟି ଓ୍ବାର୍ଲଡ୍ କପ୍ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ଭାରତୀୟ ବୋଲର ଭାବେ ଶ୍ରୀନଥଙ୍କ ନାଁରେ ଏହି ରେକର୍ଡ ରହିଛି । ସେ ବିଶ୍ବକପ୍ରେ ୪୪ଟି ଓ୍ବିକେଟ୍ ନେଇଥିଲେ । ୨୦୦୨ରେ ସନ୍ନ୍ୟାସ ନେବାକୁ ମନସ୍ଥ କରିଥିବା ଶ୍ରୀନଥ ସୌରୁଭ ଗାଙ୍ଗୁଲିଙ୍କ ପରାମର୍ଶ କ୍ରମେ ୨୦୦୩ ବିଶ୍ବକପ୍ ଖେଳିଥିଲେ। ଏଥିରେ ସେ ଅଧିକ ଓ୍ବିକେଟ ମଧ୍ୟ ନେଇଥିଲେ। ଶ୍ରୀନଥ ନିଜ କ୍ୟାରିୟରରେ ୬୭ ଟେଷ୍ଟ ଏବଂ ୨୨୯ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୨୩୬ ଏବଂ ଦିନିକିଆରେ ମୋଟ ୩୧୫ ଓ୍ବିକେଟ ନେଇଛନ୍ତି। ଏହା ବ୍ୟତୀତ ଫାଷ୍ଟ କ୍ଲାସ୍ କ୍ରିକେଟରେ ୫୩୩ ଓ୍ବିକେଟ ନେଇଛନ୍ତି ଜଭାଗଲ ଶ୍ରୀନଥ ।